ନ୍ୟୁୟର୍କ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ସଫଳ ଓ ସାର୍ଥକ ଯାତ୍ରା ପରେ ସୋମବାର ସ୍ୱଦେଶ ଫେରୁଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜାୟସ୍ୱାଲ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ସଫଳ ଓ ସାର୍ଥକ ଯାତ୍ରା ପୂରଣ କରିବା ପରେ ନୂଆଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ପିଏମ ମୋଦି ତିନିଦିନ ଆମେରିକାରେ ରହିଥିଲେ । ସେ ଚତୁର୍ପକ୍ଷୀୟ ସୁରକ୍ଷା ସମ୍ବାଦର ସଦସ୍ୟ ଦେଶର ମୁଖ୍ୟଙ୍କ ବୈଠକ ବ୍ୟତୀତ ମିଳିତ ରାଷ୍ଟ୍ର ମହାସଭାରେ ଭବିଷ୍ୟତର ଶିଖର ସମ୍ମିଳନୀକୁ ସଂବୋଧିତ କରିଥିଲେ । ଭବିଷ୍ୟତର ଶିଖର ସମ୍ମିଳନୀରେ ଇସ୍ରାଏଲ-ହମାସ ଯୁଦ୍ଧ ଓ ୟୁକ୍ରନ ସଙ୍କଟ ସମେତ ବିଶ୍ୱରେ ସଂଘର୍ଷର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ- ମାନବତାର ସଫଳତା ଆମର ସାମୁହିକ ଶକ୍ତିରେ ନିହିତ ରହିଛି, ଯୁଦ୍ଧର ମୈଦାନରେ ନୁହେଁ । ବିଶ୍ୱରେ ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ସଂସ୍ଥାରେ ସୁଧାର ଜରୁରୀ ଅଟେ ।
Related Stories
October 9, 2024