କୋଲକାତା– ଆରଜି କର ମେଡିକାଲ କଲେଜର ସେମିନାର ରୁମରେ ଅଗଷ୍ଟ ୯ ତାରିଖ ସକାଳେ ଏକ ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ ମିଳିବା ପୁର୍ବରୁ ଅର୍ଥାତ୍ ଅଗଷ୍ଟ 8 ତାରିଖ ରାତିରେ ଘଟିଥିବା ହତ୍ୟା ଏବଂ ଦୁଷ୍କର୍ମ ଘଟଣା ସମୟରେ ଅଭିକ ଦେ ଅନୁପସ୍ଥିତ ଥିଲେ । ପିଜି -ଡିନଙ୍କ ଏକ ଚିଠିରେ ଏହାର ଖୁଲାସା ହୋଇଛି । ଯେଉଁଥିରେ ଅଭୀକ କାର୍ଯ୍ୟରେ ଅନିୟମିତ ଅନୁପସ୍ଥିତି ଏବଂ ନିୟମ ଭାଙ୍ଗିବା ପ୍ରସଙ୍ଗ ପ୍ରକାଶ ପାଇଛି। ଅଭିକ ଦେ ଯିଏ ଏସଏସକେଏମ ଡାକ୍ତରଖାନାରେ ସ୍ନାତକତ୍ତୋର ଡାକ୍ତରୀ ଛାତ୍ର, ଗତ କିଛି ମାସ ଧରି କ୍ରମାଗତ ଭାବରେ ହସ୍ପିଟାଲରେ ଅନୁପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶରେ ଏସଏସକେଏମର ଅଧିକାରୀମାନେ ସେପ୍ଟେମ୍ବର 4 ରେ ରାଜ୍ୟର ତତ୍କାଳୀନ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦେଶକ କୌସ୍ତଭ ନାୟକଙ୍କ ନିକଟକୁ ଏକ ରିପୋର୍ଟ ପଠାଇଥିଲେ,ଯେଉଁଥିରେ ଡୀନ ଅଭିଜୀତ ହାଜରା ଅଭୀକଙ୍କ ଅନିୟମିତତା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ଚିଠି ଅନୁସାରେ ,ଅଭୀକ 8 ଅଗଷ୍ଟରୁ କ୍ରମାଗତ ଅନୁପସ୍ଥିତ ଥିଲେ,ଏବଂ 20 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ବିନା ସୁଚନାରେ କର୍ମକ୍ଷେତ୍ରରୁ ଗାଏବ ଥିଲେ । ସେ ତାଙ୍କ ବିଭାଗ ମୁଖ୍ୟ ୟୁନିଟ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କୁ ଅନୁପସ୍ଥିତି ବିଷୟରେ ଜଣାଇନାହାନ୍ତି।
Related Stories
October 9, 2024