ନୁଆଦିଲ୍ଲୀ-ରେଳ ମନ୍ତ୍ରାଳୟ ସୋମବାର ନୂତନ ଭାବେ ନିର୍ମିତ ବାତାନୁକୁଳିତ ବନ୍ଦେ ମେଟ୍ରୋ ଟ୍ରେନର ନାମ ପରିବର୍ତ୍ତନ କରି “ନମୋ ଭାରତ ରାପିଡ ରେଳ”କରିବାକୁ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରାଳୟ ଆଜି ମେଟ୍ରୋ ଟ୍ରେନର ନାମ ପରିବର୍ତ୍ତନ ବିଷୟରେ ସୂଚନା ଜାରି କରିଛି।ନମୋ ଭାରତ ରାପିଡ ରେଳ ସ୍ୱଳ୍ପ ଏବଂ ମଧ୍ୟମ ଦୂରତା ଯାତ୍ରାକୁ କମ ସମୟରେ ପୂରା କରିବ ଏବଂ ଅନ୍ୟ ମେଟ୍ରୋ ଗୁଡିକ କେବଳ ସ୍ୱଳ୍ପ ଦୁରତାକୁ ଅତିକ୍ରମ କରିବ। ନମୋ ଭାରତ ରାପିଡ ରେଳ ସହରଗୁଡିକୁ ସହର ସହିତ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁଜରୁ ଅହମ୍ମଦାବାଦ ମଧ୍ୟରେ ଭାରତର ପ୍ରଥମ “ନମୋ ଭାରତ ରାପିଡ ରେଳ”କୁ ସବୁଜ ରଙ୍ଗର ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ବ୍ୟତୀତ ସେ ନାଗପୁରରୁ ସିକନ୍ଦରାବାଦ,କୋହ୍ଲାପୁରରୁ ପୁଣେ ,ଆଗ୍ରା କୌଣ୍ଟ ରୁ ବନାରସ,ଦୁର୍ଗରୁ ବିଶାଖାପାତନମ,ପୁନେରୁ ହୁବଲୀ ସମେତ ନମୋ ଭାରତ ରେପିଡ ରେଲ ଏବଂ ବାରଣାସୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଥମ 20 କୋଚ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ରଙ୍ଗର ପତାକା ଦେଖାଇବେ।
Related Stories
September 19, 2024