ଗାନ୍ଧିନଗର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରରେ ଗ୍ଲୋବାଲ ଲିଡର ହେବାକୁ ଉଦ୍ୟମ କରୁଛି । ଏଥିପାଇଁ ଭାରତ 20ହଜାର କୋଟି ଟଙ୍କାର ଗ୍ରୀନ ହାଇଡ୍ରୋଜେନ ମିଶନ ଲଂଚ କରିଛି । ଦେଶରେ ୱେଷ୍ଟ ଟୁ ଏନର୍ଜିର ବହୁତ ବଡ ଅଭିଯାନ ଚାଲୁଛି । କ୍ରିଟିକାଲ ମିନେରାଲ ସହିତ ଜଡିତ ଚ୍ୟାଲେଂଜ ପାଇଁ ସର୍କୁଲାର ଆପ୍ରୋଚ ପ୍ରମୋଟ କରାଯାଉଛି । ରିୟୁଜ ଓ ରିସାଇକେଲ ସହିତ ସମ୍ବନ୍ଧିତ ଭଲ ଟେକନିକ ପାଇଁ ଷ୍ଟାର୍ଟଅପକୁ ସପୋର୍ଟ କରାଯାଉଛି । ପ୍ରୋ ପ୍ଲାନେଟ ପିପୁଲର ସିଦ୍ଧାନ୍ତ ଆମର କମିଟମେଂଟ ଅଟେ । ଭାରତ ବିଶ୍ୱକୁ ମିଶନ ଲାଇପ ତଥା ଲାଇଫ ଷ୍ଟାଇଲ ଫର ଏନଭାୟରମେଂଟର ଦୂରଦୃଷ୍ଟି ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ସୋମବାର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଚତୁର୍ଥ ଗ୍ଲୋବାଲ ରି-ଇନଭେଷ୍ଟ ରିନେବଲ ଏନର୍ଜି ଇନଭେଷ୍ଟର୍ସ ସମିଟର ଉଦଘାଟନ କରିବା ପରେ ସଂବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଇଂଟରନ୍ୟାସନାଲ ସୋଲାର ଆଲାଏନ୍ସର ଉଦ୍ୟମ କରି ବିଶ୍ୱର ଶହଶହ ଦେଶକୁ ଯୋଡିଛି । ଭାରତ ନିଜ ରେଲୱେକୁ ବି ଏହି ଦଶନ୍ଧିର ଶେଷ ସୁଦ୍ଧା ନେଟ ଜିରୋ କରିବାର ଲକ୍ଷ୍ୟ ରଖିଛି ।
Related Stories
October 6, 2024