ଭୁବନେଶ୍ୱର– ପଶୁ ସମ୍ପଦ କ୍ଷେତ୍ରରେ ଆମ ସରକାର କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ କହିଛନ୍ତି । ଓଡ଼ିଶା ସରକାରଙ୍କ ୧୦୦ ଦିନର ଯୋଜନାରେ ଆମ ବିଭାଗ ମଧ୍ୟ ରହିଛି। ଆମ ବିଭାଗ ଅନେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ଲାନ କରିଛି । ଗୋକୁଳ ମିଶନରେ ଅନେକ ଗ୍ରାମାଞ୍ଚଳ ଲୋକେ ସ୍ୱାବଲମ୍ବୀ ହେବେ । ସେହିପରି ଗୋ ଶାଳା ସରକାରଙ୍କ ନିୟମ ଭିତରେ ଆସୁଛି। ସମସ୍ତ ବିଧାୟକ ମାନଙ୍କୁ ଅନୁରୋଧ କରିଛୁ ସମସ୍ତେ ଗୋଶାଳା କରନ୍ତୁ। ୯୦ ପ୍ରତିଶତ ସବସିଡ ମଧ୍ୟ ଏହା ପାଇଁ ଦିଆଯାଉଛି। ଗୋ ସୁରକ୍ଷା ପାଇଁ ଆମେ କାମ କରିବୁ। ୫ ବର୍ଷ ପାଇଁ ଆହୁରି ଯୋଜନା ହେବ। ୨୦୦ ଗୋ ଶାଳା ନୂଆ କରିବୁ। ପ୍ରତି ଗାଈ ପିଛା ୫୪ ଟଙ୍କା ଦୈନିକ ଖର୍ଚ୍ଚ ରହୁଛି ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
October 15, 2024