ଭୁବନେଶ୍ୱର– ନୂଆ କ୍ଷୀର ପ୍ୟାକେଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ । ସେ କହିଛନ୍ତି ଯେ, ନୂଆ କ୍ଷୀର ପ୍ୟାକେଟରେ ଫ୍ୟାଟ ୧ ପ୍ରତିଶତ ଅଧିକ ରହିଛି। ଏହାର କ୍ରିମ ଏବଂ ଟେଷ୍ଟ ଭଲ ଅଛି। ଲୋକଙ୍କ ଦ୍ୱାରା ଏହା ଗ୍ରହଣ ହେବ। ମାର୍କେଟ ଚାହିଦା ଅନୁସାରେ ଏହାକୁ ଲଞ୍ଚ କରାଯାଇଛି। ଅଲଗା କ୍ଷୀର ବଜାରରେ ଯାହା ଅଛି ସେହି ଅନୁସାରେ ନୂଆ ଗୋଲଡ଼ ପ୍ଲସ ରେଟ ମଧ୍ୟ ପାଖାପାଖି ଅଛି। ରଙ୍ଗ ପରିବର୍ତନ ସମାଜର ନିୟମ। ଏଥିରେ ଅସୁବିଧା ନାହିଁ। ପ୍ରଗତି ଓ ବିକାଶର କଥା ଆମେ କହୁଛୁ। ଯେଉଁମାନେ ଓଡିଶାକୁ ୨୪ ବର୍ଷ ଧରି ନେଳିଆ କରି ପକେଇଥିଲେ ତାଙ୍କର କଣ ନୈତିକ ଅଧିକାର ଅଛି ରଙ୍ଗ କଥା କହିବା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ। ୨୪ ବର୍ଷରେ ସେମାନେ ରହିଲେ ଓଡ଼ିଶାର ଖଣିକୁ ଆଗକୁ ନେଇ ପାରିଲେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।
Related Stories
October 15, 2024