ଭୁବନେଶ୍ୱର– ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବାକୁ ଯାଉଛି। ଏନେଇ ଜାତୀୟ ସ୍ତରୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି । ଏଥିପାଇଁ ପ୍ରାୟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ପାଲ୍ୟୁଟ୍ରି ପ୍ରଡକ୍ସନ ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପ୍ରସ୍ତୁତ ହେଉଛି। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ପାଇଁ ଗୋ ମାତା ଯୋଜନା କରାଯାଇଛି। ବୁଲା ଗାଈ ଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା କରାଯାଇଛି । ପଶୁ ସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Related Stories
October 15, 2024