ଜୟପୁର– କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ଦାବିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକମାନେ ଗତକାଲିଏକ ମହମବତୀ ଶୋଭାଯାତ୍ରା ଆୟୋଜନ କରିଥିଲେ । ନ୍ୟାୟ ଦାବିରେ ମହମବତୀ, ପୋଷ୍ଟର, ପ୍ଲାକାର୍ଡ ଓ ବ୍ୟାନର ଧରି ଛାତ୍ରୀ ନିବାସ ଠାରୁ ଏକାଡେମିକ ବ୍ଲକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ସମସ୍ତ ବିଭାଗର ଶତାଧିକ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକ ସ୍ୱତଃସ୍ପୃତ ଭାବେ ଯୋଗ ଦେଇଥିଲେ। ମହିଳା ଡାକ୍ତରଙ୍କ ଆତ୍ମାର ଶାନ୍ତି ପାଇଁ ୨ ମିନିଟ୍ ନୀରବତା ଅବଲମ୍ବନ କରି ଏହା ଶେଷ ହୋଇଥିଲା। ଏହି ଶୋଭାଯାତ୍ରାକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ନେତୃତ୍ୱ ନେଇଥିଲେ। ପ୍ରଫେସର ଏସ୍ କେ ପାଲିତା, ପ୍ରଫେସର ଭରତ କୁମାର ପଣ୍ଡା, ଡ. କପିଳା ଖେମୁଣ୍ଡୁ, ଡ. ନିଖିଲ କୁମାର ଗୌଡ଼ା, ଡ. ପଦ୍ମ ଚରଣ ମିଶ୍ର, ଡାକ୍ତର ଦୀପ୍ତି ଶଙ୍କର, ଡ. ଚକ୍ରଧର ପଧାନ, ଡ. ରାମେନ୍ଦ୍ର କୁମାର ପାଢ଼ୀ, ଡ. ସୁନୀତ ପାଶୱାନ, ଡ. ଶ୍ରୀକନ ଅର୍ଲେ, ଡାକ୍ତର ମନୋଜ କୁମାର ସିଂହ, ଡାକ୍ତର ସୌରଭ ଗୁପ୍ତା, ଡାକ୍ତର ଗୌରବ କୁମାର, ସୁମିତ ବେହେରା, ଡ. ଅଞ୍ଜନେଲ୍ୟୁ ଥୋଟାପଲ୍ଲୀ, ଡ. ରବିତା ପାଠକ, ଡ. ମିନତି ସାହୁ ଡ.ନୂପୁର ପଟ୍ଟନାୟକ, ଡାକ୍ତର ପ୍ରସେନଜିତ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡ. ସୌରଭ ଗୁପ୍ତା, ଡ. ଅଞ୍ଜନେୟୁଲୁ ଥୋଟାପଲ୍ଲୀ ଏବଂ ଡିଜେଏମ୍ସିର ପିଏଚ୍ଡି ସ୍କଲାର ଆର୍ ଦେବେନ୍ଦ୍ର ସଂଯୋଜନା କରିଥିଲେ। ପିଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଋତୁପର୍ଣ୍ଣା ପଣ୍ଡା, ଆଲିଆ ବଗର୍ତ୍ତୀ, ଜୋସୁଆ ଅମୋସ୍, ଦେବଜାନୀ ଘୋଷ, ହିନ୍ଦୋଳ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସକ୍ରିୟ ଭାବେ ଆୟୋଜନରେ ସହାୟତା କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।
Related Stories
October 6, 2024