ପାଟଣା, ବିହାରର ପ୍ରଦେଶ ଜେଡିୟୁର ଅଧ୍ୟକ୍ଷ ଉମେଶ କୁଶୱାହା ଶନିବାର ଏକ ପତ୍ର ଜାରି କରିଛନ୍ତି । ଏହି ପତ୍ରରେ ପାର୍ଟିର ବିହାର ପ୍ରଦେଶ କମିଟି ଓ ପରାମର୍ଶ କମିଟିକୁ ତତ୍କାଳ ପ୍ରଭାବରେ ଭଙ୍ଗ କରାଯାଇଥିବା କୁହାଯାଇଛି । ଜେଡିୟୁର ପ୍ରଦେଶ ଅଧ୍ୟକ୍ଷଙ୍କ ଏହି ପତ୍ରରେ କମିଟି ଭଙ୍ଗର କୌଣସି କାରଣ ଉଲ୍ଲେଖ କରାଯାଇନାହିଁ ।