ନୂଆଦିଲ୍ଲୀ– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଯାତ୍ରା ସମୟରେ ଆମେରିକା ଭାରତକୁ 52.8 ମିଲିୟନ ଡଲାରର ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ସୋନୋବୋଇ ଏବଂ ଆନୁଷଙ୍ଗିକ ଉପକରଣର ସମ୍ଭାବ୍ୟ ବିଦେଶୀ ସାମରିକ ବିକ୍ରିକୁ ଅନୁମୋଦନ ଦେଇଛି । ୱାଂଶିଟନ ଡିସିର ପେଂଟାଗନରେ ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଏହାର ଘୋଷଣା ହୋଇଛି । ରାଜନାଥ ସିଂହ ଏକ ଗୋଲମେଜ ସମ୍ମିଳନୀରେ ଅଗ୍ରଣୀ ଆମେରିକୀୟ ପ୍ରତିରକ୍ଷା କଂପାନୀ ସହ ଆଲୋଚନା କରିଛନ୍ତି । ଏହାସହିତ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସୁଲିଭନଙ୍କୁ ଭେଟି ପାରସ୍ପରିକ ହିତର ମୁଖ୍ୟ ରଣନୈତିକ ମାମଲା ଉପରେ ଆଲୋଚନା କରିଛନ୍ତି । ଆମେରିକାର ପ୍ରତିରକ୍ଷା ବିଭାଗର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ଏକ ବୟାନରେ କହିଛି ଯେ, ଆମେରିକା ବୈଦେଶିକ ମନ୍ତ୍ରୀ ଆଂଟୋନୀ ବ୍ଲିଙ୍କନ ଭାରତକୁ 52.8 ମିଲିୟନ ଡଲାରର ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ସୋନୋବୋଇ ଏବଂ ଆନୁଷଙ୍ଗିକ ଉପକରଣର ସମ୍ଭାବ୍ୟ ବିଦେଶୀ ସାମରିକ ବିକ୍ରିକୁ ଅନୁମୋଦନ ଦେଇଛି ।
Related Stories
October 6, 2024