ନୂଆଦିଲ୍ଲୀ- ଶିକ୍ଷା ମନ୍ତ୍ରାଳୟ ୟୁଜିସି ନେଟ ପରୀକ୍ଷାକୁ ରଦ୍ଦ କରିବାର ଦିନକ ପରେ ଗୁରୁବାର କହିଛି ଯେ, ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ମନ୍ତ୍ରାଳୟ କହିଛି ଯେ, ପୁଣି ଥରେ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ।
ଶିକ୍ଷାମନ୍ତ୍ରାଳୟର ମିଳିତ ସଚିବ ଗୋବିନ୍ଦ ଜାୟସୱାଲ ଶାସ୍ତ୍ରୀ ଭବନରେ ପ୍ରେସମିଟରେ କହିଛନ୍ତି ଯେ, ଏନଟିଏକ ଦ୍ୱାରା ଜୁନ 18ରେ ଆୟୋଜିତ ୟୁଜିସି ନେଟ ପରୀକ୍ଷାରେ 9ଲକ୍ଷ ଛାତ୍ର ଭାଗ ନେଇଥିଲେ । ପରୀକ୍ଷାରେ ଗଡବଡିର ସମ୍ଭାବନା ନେଇ ମନ୍ତ୍ରାଳୟ ଦେଖିଥିଲା । ମନ୍ତ୍ରାଳୟ ଉପଲବ୍ଧ ସୂଚନାର ଆଧାରରେ ସ୍ୱତଃ ଅନୁଧ୍ୟାନ କରି ପରୀକ୍ଷାକୁ ରଦ୍ଦ କରିଦେଇଥିଲା ।
ଛାତ୍ରଙ୍କ ହିତକୁ ସର୍ବୋପରି ରଖି ମନ୍ତ୍ରାଳୟ ପରୀକ୍ଷାକୁ ରଦ୍ଦ କରିବାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ । ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି ।