ନୂଆଦିଲ୍ଲୀ, ୟୁଜିସ-ନେଟ ପରୀକ୍ଷାରେ ଦେଖାଦେଇଥିବା ଅସଙ୍ଗତି ଓ ଏହାପରେ ଏହାକୁ ରଦ୍ଦ କରାଯିବା ପରେ ଷ୍ଟୁଡେଂଟ ଫେଡେରସନ ଅଫ୍ ଇଂଡିଆ ନେତୃତ୍ୱରେ ଶହଶହ ଛାତ୍ରମାନେ ଶିକ୍ଷାମନ୍ତ୍ରାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜାତୀୟ ପରୀକ୍ଷେ ଏଜେନ୍ସିକୁ ସମାପ୍ତ କରିବା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ରମାନେ ଦାବି କରିଛନ୍ତି ।
ଏହି ଅବସରରେ ଛାତ୍ରଙ୍କୁ ସମ୍ବୋଧିତ କରି ଜେଏନୟୁଏସୟୁର ଉପାଧ୍ୟକ୍ଷ ଅଭିଜିତ ଘୋଷ କହିଛନ୍ତି ଯେ, ଏନଟିଏର ସ୍ଥାପନର ପରଠାରୁ ହିଁ ତାହା ପୂରା ଶିକ୍ଷା ପ୍ରଣାଳୀର ଉପହାସ କରିରଖିଛି । ଏନଟିଏ ଏହି ପରୀକ୍ଷାକୁ ସଂଚାଳନ କରିବାରେ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ।