
ଭୁବନ- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଡଭାଇଜର ଅଧ୍ୟାପକ ପ୍ରଭାତ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ କୈଳାସ ଚନ୍ଦ୍ର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତାରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟଅତିଥି ଓ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ୧୦ ଟି ବିଭାଗରେ ଅନୁଷ୍ଠିତ କ୍ରୀଡ଼ାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଯୁକ୍ତ ଦୁଇ ବାଳକ ବିଭାଗରେ ପ୍ରଭାତ କୁମାର ସାହୁ, ବାଳିକା ବିଭାଗରେ ଜୟନ୍ତି ମହାନ୍ତ, ଯୁକ୍ତତିନି ବାଳକ ବିଭାଗରେ ରଶ୍ମି ରଂଜନ ସାହୁ ଓ ବାଳିକା ବିଭାଗରେ ବିଦ୍ୱାନମୟୀ ମହାନ୍ତ ଚାମ୍ପିୟନ ହୋଇଥିଲେ । କୃତୀ କ୍ରୀଡାବିତ୍ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ କଲେଜ କର୍ମଚାରୀ (ପୁରୁଷ ଓ ମହିଳା) ଦୁଇଟି ବିଭାଗରେ ୧୦୦ ମିଟର ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୁରୁଷ ବିଭାଗରେ କୈଳାସ ଚନ୍ଦ୍ର ବେହେରା, ପୁରସ୍ତମ ବାରିକ, ସମୀର ସାହୁ ଓ ମହିଳା ବିଭାଗରେ ସୌମ୍ୟାଶ୍ରୀ ବେହେରା, ରୋଜାଲିନ ପ୍ରଧାନ, ମଧୁସ୍ମିତା ମହାପାତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିଲେ ।