
ପୁରୀ- ଭାରତବର୍ଷରେ ବିଭିନ୍ନ ଧର୍ମ, ସଂପ୍ରଦାୟ ଓ ଗୋଷ୍ଠୀ ଲୋକ ବାସ କରୁଛନ୍ତି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କ ସୁରକ୍ଷା ଦିଆଯାଉଛି । ନାଗରିକ ସଂଶୋଧନ ଆଇନ ଫଳରେ ଭାରତରେ କେତେ ପ୍ରକୃତ ନାଗରିକ, କେତେ ଶରଣାର୍ଥୀ ଓ ଅନ୍ୟ ସଂପ୍ରଦାୟର କେତେ ଲୋକ ଅଛନ୍ତି ତାର ସଠିକ୍ ହିସାବ ମିଳିପାରିବ । ଭାରତୀୟ ସମ୍ବିଧାନ ସଂଶୋଧନ ପରି ଏହା ଗୋଟିଏ ସଂଶୋଧନ । ଏଥିପ୍ରତି ଭୁଲ୍ ବୁଝାମଣା ନକରି ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ପ୍ରତାପ ରୁଢୀ ରବିବାର ହୋଟେଲ ଅନନ୍ୟା ପ୍ରାଇଡଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି । ପୁରୀ ଏକ ପାବନ କ୍ଷେତ୍ର । ଏଠାରେ ସବୁ ଧର୍ମର ଲୋକବି ଶାନ୍ତିରେ ରହୁଛନ୍ତି । ପାକିସ୍ତାନରେ ଶିଖ୍ ଧର୍ମର ଯୁବତୀଙ୍କୁ ଜଣେ ଯୁବକ ତାଙ୍କ ଧର୍ମରେ ଦୀକ୍ଷିତ କରାଇବା ଏକ ଭୁଲ୍ ପରମ୍ପରା । ସାରା ବିଶ୍ୱ ଏକ ପରିବାର । ମଣିଷକୁ ସାହାଯ୍ୟ ଓ ସହଯୋଗ କରିବା ମାନବିକ ଧର୍ମ । ଆକ୍ରୋଶମୂଳକ ମନୋଭାବ ନରଖି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ୍ । ପାକିସ୍ତାନରେ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ କମି କମି ୩ ପ୍ରତିଶତରେ ପହଂଚିଲେଣି । ଆଫଗାନିସ୍ଥାନ, ବାଂଲାଦେଶ ଓ ପାକିସ୍ତାନ ମୁସଲମାନ ଧର୍ମ ଉପରେ ପର୍ଯ୍ୟବେଷିତ ଦେଶ । କିନ୍ତୁ, ଭାରତବର୍ଷ ଗୋଟିଏ ଧର୍ମନିରପକ୍ଷ ରାଷ୍ଟ୍ର । ଏଥିପାଇଁ ନାଗରିକ ସଂଶୋଧନ ଆଇନ ସଂକ୍ରାନ୍ତରେ ଘରେ ଘରେ ପ୍ରଚାର କରିବ ବିଜେପି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦ୍ଦେବ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପ୍ରଭଞ୍ଜନ ମହାପାତ୍ର, ରାଜ୍ୟ ଉପସଭାପତି ଶଙ୍କର୍ଷଣ ପରିଡା, ଓମପ୍ରକାଶ ମିଶ୍ର, ବିଶ୍ୱନାଥ ରଥ ଓ ଜ୍ୟୋତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO