ପୁରୀ, ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସ୍ୱେଛାସେବୀ ସଂଗଠନ ଦି ବେଲ୍ ର ଓମେନସ୍ କ୍ଲବ ଓ ଇନର ହୁଇଲ ଶ୍ରୀକ୍ଷେତ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଇ ଯାଇଛି କାର୍ଯ୍ୟକ୍ରମ ପ୍ରେରଣା । ବଡଶଂଖ ସ୍ଥିତ ରାଣୀ ସତୀ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକା ପ୍ରମୋଦା ଦେବୀ ଓ ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକା ସୁଶ୍ରୀ ହରପ୍ରିୟା ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।ଇନର ହୂଇଲ୍ ଶ୍ରୀକ୍ଷେତ୍ର ସମ୍ପାଦିକା ରାଜଲକ୍ଷ୍ମୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟପିକା ଡ.ପ୍ରଦ୍ୟୁତି ଦାସ ପରିଚାଳନା କରିଥିଲେ ।ଏହି ଅବସରରେ ସମାଜର ବିଭିନ୍ନ କର୍ମରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ପ୍ରତି ଉଦାହରଣ ସୃଷ୍ଟି କରିଥିବା ମହିଳା ମାନଙ୍କୁ ପ୍ରେରଣା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ଅଟୋ ଚାଳନା କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ନିଜକୁ ସ୍ୱାବଲମ୍ବୀ କରିପାରିଥିବା ସୁମିତ୍ରା ସାହୁ,ସାମ୍ବାଦିକତା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ରାଜଶ୍ରୀ ସାହୁ ଓ କ୍ରୀଡାବିତ୍ ସୁନିତା ମିଶ୍ର ପ୍ରେରଣା ସମ୍ମାନ ୨୦୨୪ ରେ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ଦ୍ୱିତୀୟ ଅର୍ଦ୍ଧରେ ଜିଲ୍ଲା ସ୍ତରୀୟ ନାରୀ କବି ସମ୍ମିଳନୀ ଆୟୋଜିତ ହେଇ ଥିଲା ।କବିତା ଆସସରେ ପୁରୀ ଜିଲ୍ଲା ରୁ ଆସିଥିବା ପଚାଶ ରୁ ଉର୍ଦ୍ଧ୍ୱ ପ୍ରତିଷ୍ଠିତ ନାରୀ କବି ସ୍ୱରଚିତ କବିତା ପାଠ କରିଥିଲେ ।କବିତା ଆସରକୁ ବିଶିଷ୍ଟ ସାହିତ୍ୟିକା ଡ ମନସା ଶ୍ରୀଚନ୍ଦନ ଓ କବି ଶିକ୍ଷୟତ୍ରୀ କଳ୍ପନା ମିଶ୍ର ପ୍ରଭୃତି ସଂଯୋଜନା କରିଥିଲେ ।ପରିଶେଷରେ ଇନର ହୁଇଲ୍ କ୍ଲବ ର ସଭାପତି ସବିତା ଶ୍ରୀଚନ୍ଦନ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମକୁ ଦି ବେଲ୍ ୱିମେଂନଶ କ୍ଲବ ଓ ଇନର ହୁଇଲ୍ ଶ୍ରୀକ୍ଷେତ୍ର ର ସଦସ୍ୟା ମାନେ ପରିଚାଳନା କରିଥିଲେ ।
Related Stories
January 17, 2025
January 17, 2025