ଭୁବନେଶ୍ୱର – ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କ ପୁଅ ସୁରେଶ ଆ·ରୀ ସୂଚନା ଦେଇଛନ୍ତି ।
ସ୍ୱର୍ଗତ ଏ.ଭି ସ୍ୱାମୀ ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୪ ଏପ୍ରିଲ ୨୦୧୨ରୁ ୩ ଏପ୍ରିଲ ୨୦୧୮ ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ତାଙ୍କର ୨ ପୁଅ ଓ ୩ ଝିଅ ଅଛନ୍ତି ।
ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକରେ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକ ଖବର ଶୁଣି ଦୁଃଖିତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି । ସେହିପରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ସାଂସଦ ସସ୍ମିତ ପାତ୍ର ପ୍ରମୁଖ ମଧ୍ୟ ସ୍ୱର୍ଗତସ୍ୱାମୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।