
ଦେବଗଡ଼- ଦେବଗଡ଼ ବନଖଣ୍ଡ ରେଞ୍ଜ୍ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଆଜି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀ ଶାବକର ବୟସ ଆନୁମାନିକ ୩ ବର୍ଷ ହେବ । ତେବେ କେଉଁ କାରଣରୁ ତା’ର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ମୃତ ହାତୀ ଶାବକର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ କୌଣସି ବୟସ୍କ ହାତୀର ଆକ୍ରମଣରେ ହୁଏତ ଏହାର ମୃତ୍ୟୁ ଘଟିଥାଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି ।
ଆଜି ସକାଳେ ବରଡ଼ାନାଳି ଗ୍ରାମର ଫକୀର ଗଡ଼ନାୟକଙ୍କ ଗୁହାଳ ଘର ପଛପାଶ୍ୱର୍ରେ ଏହି ଛୁଆ ହାତୀର ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସେମାନେ ଏନେଇ ଫରେଷ୍ଟର ଓ ରିଆମାଳ ରେଞ୍ଜ୍ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ମୃତ ହାତୀ ଶାବକକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି ।