
ଦେବଗଡ଼- ଦେବଗଡ଼ ବନଖଣ୍ଡ ରେଞ୍ଜ୍ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଆଜି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀ ଶାବକର ବୟସ ଆନୁମାନିକ ୩ ବର୍ଷ ହେବ । ତେବେ କେଉଁ କାରଣରୁ ତା’ର ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ମୃତ ହାତୀ ଶାବକର ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ କୌଣସି ବୟସ୍କ ହାତୀର ଆକ୍ରମଣରେ ହୁଏତ ଏହାର ମୃତ୍ୟୁ ଘଟିଥାଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି ।
ଆଜି ସକାଳେ ବରଡ଼ାନାଳି ଗ୍ରାମର ଫକୀର ଗଡ଼ନାୟକଙ୍କ ଗୁହାଳ ଘର ପଛପାଶ୍ୱର୍ରେ ଏହି ଛୁଆ ହାତୀର ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସେମାନେ ଏନେଇ ଫରେଷ୍ଟର ଓ ରିଆମାଳ ରେଞ୍ଜ୍ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ବନ ବିଭାଗ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ମୃତ ହାତୀ ଶାବକକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO