ନୂଆପଡା- ଖଡିଆଳ ବନଖଣ୍ଡ ଅଧିକାରୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଖଡିଆଳ ବନଖଣ୍ଡ ଅଧିକାରୀ ଖୁସବନ୍ତ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାଳୟର କନିÂ କିରାଣୀ ବିଶ୍ୱରଞ୍ଜନ ଯୋଷୀ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମତେ କନିÂ କିରାଣୀ ବିଶ୍ୱରଞ୍ଜନ ଯୋଷୀଙ୍କୁ ବିଭିନ୍ନ କାରଣ ଦର୍ଶାଇ ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଥିଲେ । ଏନେଇ ଶ୍ରୀ ଯୋଷୀ ସୂଚନା ଅଧିକାର ଆଇନ ମାଧ୍ୟମରେ ୨ ଥର ସୂଚନା ମାଗିଥିଲେ । ହେଲେ ୨ ଥର ମିଳିଥିବା ସୂଚନାରେ ପ୍ରଥମ ଓ ଦ୍ୱିତୀୟ ସୂଚନାର ତଥ୍ୟ ଠିକନଥିବା ସହ ତାଙ୍କୁ ବିନା କାରଣରେ ନିଳମ୍ବିତ କରିଥିବା ନେଇ ଡିଏଫଓଙ୍କ ନାମରେ ମାମଲା ରୁଜୁ କରିଥିବା ନେଇ ଜଣାପଡିଛି । ଏନେଇ ୩୬୦/୨୦୧୯ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଳିଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।
Related Stories
December 22, 2024