
ଭଦ୍ରକ – ଆସନ୍ତା ଗୁରୁବାର ସୂର୍ଯ୍ୟପରାଗ ପାଇଁ ଆଖଣ୍ଡଳମଣ ିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ସମସ୍ତ ନୀତିକାନ୍ତି। ବୁଧବାର ପାକତ୍ୟାଗ ରାତ୍ର ୮.୧୯ରୁ ଆରମ୍ଭ ହେଉଥିବାରୁ , ତାହାକୁ ଦୃଷ୍ଟିରେ ରଖି ମନ୍ଦିରରେ ସଅଳ ନୀତିକାନ୍ତି କରାଯିବା ପାଇଁ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପି ନିଆଯାଇଛି। ତାହାସହ ୨୬ରେ ଅର୍ଥାତ ଗୁରୁବାର ପରାଗର ସର୍ବମୋକ୍ଷ ପର୍ଯ୍ୟନ୍ତ ଅର୍ଥାତ ସକାଳ ୧୧ଟା ୨୦ମି. ପର୍ଯ୍ୟନ୍ତ ମଣିବାବାଙ୍କ ସମସ୍ତ ନୀତିକାନ୍ତି ସହ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପି ନିଆଯାଇଛି। ମନ୍ଦିରର ଶହଶହ ବର୍ଷର ପରµରା ଅନୁଯାୟୀ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣରେ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ମଣିବାବାଙ୍କର ସମସ୍ତ ନୀତିକାନ୍ତି ସହ ଦର୍ଶନ ବନ୍ଦ ରହିଥାଏ। ଚଳିତ ସୂର୍ଯ୍ୟ ପରାଗର ଖଣ୍ଡଗ୍ରାସ େଯାଗୁ ବୁଧବାର ୮ଟା ୧୫ମି ରୁ ଗୁରୁବାର ସକାଳ ୧୧ଟା ୩୦ମି. ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁଥିବାରୁ ସର୍ବସାଧାରଣ ଦର୍ଶନ ଓ ସେବାପୂଜା ସµୂର୍ଣ୍ଣ ବନ୍ଦ ରହିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପି ନିଆଯାଇଛି। ସୂର୍ଯ୍ୟ ପରାଗ ,ସମୟ ନୀର୍ଘ- ବୁଧବାର ଭୋର ୪ଟା ଦ୍ବାରଫିଟା, ସକାଳ ୫ଟା ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି, ସକାଳ ୯ଟା ପଅଡଖôଆ ଅନ୍ନ ନୀତି, ଦିବା ୧ଟା େଯାଗୀବେଶ, ବଡନୀତି, ଦିବା ୨ଟା ଅବକାଶ(ଶୟନ) ନୀତି, ଅପରାହ୍ଣ ୪ଟା ବଡସିଂହାର ବେଶ, ସଂଧ୍ଯା ୫ଟା ଷୋଡଶ ପୂଜା ସଂଧ୍ଯା ଆଳତୀ, ରାତ୍ର ୮ଟା ବାଟୁଳା(ଦହିପଖାଳ)ନୀତି, ରାତ୍ର ୮ଟା ୧୫ମି. ରାତ୍ର ପହୁଡ। ଗୁରୁବାର ସକାଳ ୧୧ଟା ୩୦ମି. ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO