କେନ୍ଦ୍ରାପଡ଼ା- ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ୩୯ତମ ବ୍ଲକସ୍ତରୀୟ ଶିଶୁ ଉତ୍ସବ କେନ୍ଦ୍ରାପଡା ବ୍ଲକ ଅଧିନ ତନାର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁÂିତ ହୋଇଯାଇଛି । ବ୍ଲକସ୍ତରୀୟ ଏହି ଶିଶୁ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଚେୟାରମ୍ୟାନ୍ ଅନାମବଂଧୁ ଧଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ୟାପନ ଉତ୍ସବରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ କହିଥିଲେ ବିଦ୍ୟାଲାଭ କରି ଶିକ୍ଷିତ ହେବାସହ ମାର୍ଜିତ ବ୍ୟବହାର ଦ୍ୱାରା ସଂସ୍କାରିତ ହେବା ଆବଶ୍ୟକ । ଶିକ୍ଷାଲାଭ, ବିନୟଭାବ ଓ ପିତାମାତାଙ୍କ ଉପଦେଶ ପାଳନ କରି ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀମାନେ ଯତ୍ନବାନ ହେଲେ ସମାଜର ପରିବର୍ତନ ଘଟିବ । କେନ୍ଦ୍ରାପଡା ବ୍ଲକ ଓÂା ସଭାପତି ବଟକୃଷ୍ଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁÂିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଷ୍ଟାର ପୂର୍ବତନ ରାଜ୍ୟ ସଂପାଦକ ତ୍ରଲୋକ୍ୟନାଥ ସ୍ୱାଇଁ, ବରିଷ୍ଟ ସାମ୍ବାଦିକ ପରେଶ ଦାସ, ସ୍ଥାନୀୟ ସରପଂଚ ତଅପୋଇ ମଲ୍ଲିକଙ୍କ ସମେତ ରମେଶ ଚନ୍ଦ୍ର ସାହୁ, ପର୍ଶୁରାମ ସ୍ୱାଇଁ ଓ ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦିତା ରାଉତରାୟ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବ୍ଲକର ୨୨ଟି ବିଦ୍ୟାଳୟର ପ୍ରାୟ ୪୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେସନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ଓଷ୍ଟା ସଂପାଦକ ତପନ କୁମାର ସିଂ, ନିର୍ମଳ କୁମାର ନାୟକ, ରଙ୍ଗଲତା ମଲ୍ଲିକ ଓ ଶିକ୍ଷକ ନେତା ପ୍ରଣବ କୁମାର ଜେନା ପରିଚାଳନା ସମିତି ସଭାପତି ଚୈତନ୍ୟ ଚରଣ ମଲ୍ଲିକ ଓ ବୈରାଗୀ ଚରଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୀମା ଜେନା, ଚପଳା ସୁତାର, ସୁବାସ ଚନ୍ଦ୍ର ପାଲ୍ ପ୍ରମୁଖ ପରିଚାଳନା କରିଥିବାବେଳେ ଅଲେଖ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 12, 2024