ଭଦ୍ରକ – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋଟସିରା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଚୋରା ଦେଶୀ ମଦ ବିକ୍ରି କରୁଥିବା ଅଭିେଯାଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି। ଗ୍ରାମର ସମୀର ରାଉତ ୫ଲିଟର ଦେଶୀ ମଦ ନେଇ ଯାଉଥିବାବେଳେ ପୁଲିସ ତାକୁ ଗିରଫ କରିଥିବା ଜଣାଯାଇଛି। ଓଡିଶା ଅବକାରୀ ଆଇନ ଅନୁଯାୟୀ କେଶ ନଂ ୨୧୦/୧୯ମୂଳେ ମାମଲା ଋଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣାଯାଇଛି।
Related Stories
May 5, 2024