
ନୂଆଦିଲ୍ଲୀ , ଚୈତ୍ର ଶୁକ୍ଲାଦି, ଉଗାଡି, ଗୁଡି-ପାଡୱା, ଚେତି-ଚାନ୍ଦ, ନଭରେହ ଏବଂ ସାଜିବୁ-ଚେରୋବା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂତନ ବର୍ଷର ଆଗମନରେ ପାଳନ କରାଯାଉଥିବା ଏହି ବିଭିନ୍ନ ପର୍ବଗୁଡ଼ିକ ଆମର ଜୀବନ୍ତ ସଂସ୍କୃତିର ବାହକ । ଏହି ଶୁଭ ପର୍ବ ଅବସରରେ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି ।