
ନୂଆପଡା- ନିଖିଳ ଓଡିଶା ଠିକାଦାର ସଂଘର ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲାର ଠିକାଦାର ମାନେ ଆନ୍ଦୋଳନରେ ଓଲ୍ଲାଇଛନ୍ତି । ସମସ୍ତ ଠିକାଦାର ଏକତ୍ରିତ ହୋଇ ଖଡିଆଳ ଠାରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ଦାବୀପତ୍ର ପ୍ରଦାନ କରିଛନ୍ତି । ୧୦ ଦଫା ଦାବୀ ନେଇ ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକରେ ଥିବା ଠିକାଦାର ମାନେ ପିବ୍ଲୁଡି, ଆରଡି, ଏମଆଇ, ଲୋୟର ଇନ୍ଦ୍ର, ଆରଡବ୍ଲୁଏସଏସ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଯାଇ ସଂଘ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ରରେ ଥିବା ଦାବୀ ସବୁର ସମାଧାନ ନକରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଆସନ୍ତା ୨୨ ତାରିଖ ଦିନ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବାକୁ ସଂଘ ନିଷ୍ପତି ନେଇଥିବା ସୂଚନା ମିଳିଛି । ଆଜିର ଆନ୍ଦୋଳନରେ ବିଜୟ ବାବୁ, ହରେକୃଷ୍ଣ ପଣ୍ଡା, ସତପାଲ ସିଂଛାବଡା, ଯଯାତୀ କେଶରୀ ମେହେର, ଆଲୋକ ମେହେର, ରାଜେନ୍ଦ୍ର ମହାନ୍ତି, ପ୍ରଶାନ୍ତ ସାହୁ, ପ୍ରଶନ୍ନ ମହାନା, ଆହ୍ୱାନ ଯୋଷୀ ହରିଶ ଅଗ୍ରୱାଲ, ବିକାଶ ସିଙ୍ଘଲ ପ୍ରମୁଖ ସାମିଲ ଥିଲେ ।