
ଜଗନ୍ନାଥ ପ୍ରସାଦ : ୧୯.୧୧.୨୦୧୯ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଠାରେ ଆନ୍ତର୍ଜାତିକ କମିଟି ଅଫ୍ ରେଡ୍ କ୍ରସ୍ ଓ ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ନୂଆ ଦିଲ୍ଲୀ ସହାୟତାରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ କର୍ମଶାଳା ୧୯.୧୧.୨୦୧୯ ଠାରୁ ୨୧.୧୧. ୨୦୧୯ ତିନି ଦିନ ଧରି ଅନୁଷ୍ଠିତ ହେବ। ଏହି କର୍ମଶାଳାକୁ ଉଦ୍ଘାଟକ ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ପ୍ରଦୀପ ପ୍ରଜ୍ବଳନ କରି ଯୁବ ନେତୃତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସଭାପତି ଭାବେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଯୋଗଦେଇ ନିଜ ଅଞ୍ଚଳରେ ବର୍ତ୍ତମାନ ପରିସ୍ଥିତିରେ ସାମୁହିକ ସମସ୍ୟା କିପରି ସ୍ରୁଷ୍ଟି ହେଉଛି ତାକୁ ରୋକିବା ପାଇଁ ଜନ ସଚେତନତା ଉପରେ ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ର ପ୍ରକଳ୍ପ ସଂଯୋଜକ ଗୁଲସନ୍ କୁମାର ଦାଶ ସ୍ଵେଚ୍ଛାସେବୀ ମାନଙ୍କୁ ୟୁଥ ଲେଡ଼୍ ପ୍ରକଳ୍ପର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଡିଗ୍ରୀ କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ କୁମାର ଚୌଧୁରୀ ଯୋଗଦେଇ ଯୁବ ସମାଜର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ୟାପକ ଲୋକନାଥ ମହାନ୍ତି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଏହି କର୍ମଶାଳାରେ ଜଗନ୍ନାଥ ପ୍ରସାଦ ବ୍ଲକର ତିନୋଟି କଲେଜ ଯଥା – ଆଂଚଳିକ କନିଷ୍ଠ ମହାବିଦ୍ୟାଳୟ, ଆଂଚଳିକ ଡିଗ୍ରୀ କଲେଜ, ଓ ତେନ୍ତୁଲିଆ ଦେବସ୍ଥାନ କଲେଜ , ବିଡିପୁର ର ପ୍ରାୟ ୬୦ ଜଣ ସ୍ଵେଚ୍ଛାସେବୀ ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ସରୋଜ କୁମାର ନାୟକ, ସନ୍ତୋଷ କୁମାର ଦଳାଈ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଡିଗ୍ରୀ କଲେଜ ଯୁବ ପରାମର୍ଶଦାତା ନିରଞ୍ଜନ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।