ଭଦ୍ରକ – ଧାମନଗର ବ୍ଲକ୍ କଟସାହି ପଂଚାୟତର ଶ୍ରୀଗଙ୍ଗା ପାଟଣା ଗ୍ରାମର ଜଣେ ୧୦ମ ଶ୍ରେଣୀର ଛାତ୍ର ଆଜି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ହେଲେ ଶ୍ରୀଗଙ୍ଗା ପାଟଣା ଗ୍ରାମର ବାଉଲି ସେନାପତିଙ୍କ ଏକମାତ୍ର ପୁତ୍ର ଦୀପୁ (୧୫)। ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଦୀପୁ ସକାଳେ ସହୀଦନଗର ବଜାରରୁ ଟୁ୍ୟସନ ସାରି ଘରକୁ ଫେରିବା ପରେ ତାର ମା’ କିଛି ଜିନିଷପତ୍ର ଆଣିବା ପାଇଁ ଟଙ୍କା ଦେଇଥିଲେ। ମା’ଙ୍କ ଠାରୁ ଟଙ୍କା ନେଇ ଦୀପୁ ବଜାରକୁ ଆସିବା ପରେ ଘରକୁ ଫେରିନଥିଲା। ଦିନ ପ୍ରାୟ ୧୧ଟା ବେଳେ ତୋରବନ୍ତିଆ-ଖପରପଦା ନିକଟ ଶ୍ରୀଗଙ୍ଗା ସ୍ଲୁଇସ୍ ଠାରେ ଥିବା ଏକ ଗଛରେ ଦୀପୁର ମୃତୁଦେହ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖôଥିଲେ। ଖବର ପାଇ ଧୁଷୁରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହô ଶବ ବ୍ୟବଚ୍ଛେଦ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିନେଇ ଧୁଷୁରୀ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି। ତେବେ ଖପରପଦା ହାଇସ୍କୁଲର ୧୦ ମ ଶ୍ରେଣୀର ଛାତ୍ର ଦୀପୁ କାହóକି ଏବଂ କେଉଁ ପରିସ୍ଥିତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା, ତାହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହó। ଏହି ଛାତ୍ରର ମୃତୁ୍ୟରେ ତାର ପରିବାର ଦୁଃଖରେ ଭାଙ୍ଗିପଡିଥିବାବେଳେ ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ଯରେ ଦୀପୁର ଶେଷକୃତ୍ୟ ପାଟଣାଗ୍ରାମରେ ସଂପନ୍ନ ହୋଇଛି।
Related Stories
September 16, 2024