

ଭଦ୍ରକ – ଓଡ଼ିଶା ମାନଚିତ୍ରରେ ଭଦ୍ରକ ଏକ ସମୁଦ୍ର ଉପକୂଳବର୍ୀ ଜିଲା ହୋଇଥିବାରୁ ବିଗତ ବାତ୍ୟା ବୁଲ୍ବୁଲ୍ ଦ୍ବାରା ବହୁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଏହି ଚାଷୀ ବହୁଳ ଜିଲାରେ ଧାନ ସହ ପନିପରିବା ଚାଷ ଏହି ବାତ୍ୟା ଦ୍ବାର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ଯରେ ଉପରୋକ୍ତ କ୍ଷୟକ୍ଷତି ଆକଳନ ପାଇଁ ଆରଡିସି ଓ କେନ୍ଦ୍ରୀୟ ଟିମ୍ କ୍ଷେତ୍ରୀୟ ତଦନ୍ତରେ ଆସି ଫେରିଯାଇଛନ୍ତି। ମାତ୍ର ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ପାଇବା ଦିଗରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଭଦ୍ରକ ଜିଲାରେ ସମସ୍ତ କୃଷିଋଣ ଛାଡ କରିବା ସହ ଚାଷୀମାନଙ୍କୁ ସରକାରଙ୍କ ଉପଯୁକ୍ତ କ୍ଷତିପୂରଣ, ସଠିକ୍ ଚୟନ ଓ ଅଗ୍ରାଧିକାର ଭିିରେ ଦେବାପାଇଁ ଅଖôଳ ଭାରତ କୃଷକ ସଭା ଚାନ୍ଦବାଲି ଶାଖା ପକ୍ଷରୁ ଦାବି ହୋଇଛି। ଏବଂ ଏଥିପାଇଁ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ ସହ ଚାଷୀମାନଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ସରକାର ନିରପେକ୍ଷ ଓ ସ୍ବଚ୍ଛତା ଅବଲମ୍ବନ କରିବାକୁ ଦାବି କରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି।