ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରଚିତ ଭ୍ରମଣ ପୁସ୍ତକ “ମେଜେଷ୍ଟିକ ମାରା” ଲୋକାର୍ପିତ କରିଛନ୍ତି । ଏହି ପୁସ୍ତକରେ ମହାରାଜଙ୍କ କେନିଆ ଭ୍ରମଣର କାହାଣୀ ବର୍ଣ୍ଣିତ ହୋଇଛି । ଏହି ପୁସ୍ତକଟିକୁ ଉନ୍ମୋଚନ କରି ଏହା ଏକ ସୁନ୍ଦର ଭ୍ରମଣ ପୁସ୍ତକ ବୋଲି ମତ ପ୍ରକାଶ କରିବା ସହିତ ଏହା ପାଠକ ମାନଙ୍କୁ ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଲୋକାର୍ପଣ ଉତ୍ସବରେ ନୂଆଦିଲ୍ଲୀରେ ଅବସ୍ଥିତ କେନିଆର ହାଇକମିଶନର ୱିଲି କିପକୋରିର ବେଟ, କେନିଆ ଜାତୀୟ ଆସେମ୍ବ୍ଲିର ଉପ ବାଚସ୍ପତି ଅନରେବଲ ମୋସେସ ଚେବୋଇ ଏବଂ କେନିଆର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ଏହି ପୁସ୍ତକରେ ମହାରାଜ ଦିବ୍ୟସିଂହ ଦେବଙ୍କ କେନିଆର ମସାଇ ମାରା ଅଂଚଳ ପରିଦର୍ଶନ ସମୟର ଅନେକ ତଥ୍ୟ ଓ ଚିତ୍ର ସମ୍ବଳିତ ହୋଇଛି ।