
ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କ ଜନମଙ୍ଗଲ କାରୀ ଯୋଜନାର ସଫଳ ରୂପାୟନରେ ଗ୍ରାମ୍ୟ ପରିଚାଳନର ସୁଦୃଢ ଭିତିଭୁମିର ଆବଶ୍ୟକତା ରହିଅଛି। ଗ୍ରାମ୍ୟ ଭିତିଭୁମିର ବିକାଶ ଲାଜ ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନାର ସ୍ଥିତବସ୍ତାକୁ ନିରୁପିତ କରିବା ଓ ପ୍ରଶାସନକୁ ଗ୍ରାମଭିମୁଖି କରାଇବା ଉଦ୍ଦେଶ୍ୟରେ ସମ୍ପ୍ରତି ଚାଲିଥିବା ତହସିଲ ସ୍ତରୀୟ କାର୍ଯ୍ୟକ୍ରମ “ମୋ ଗାଁରେ ତହସିଲ” ଲୋକାଭିମୁଖୀ ହେଉଥିବା ବେଳେ ଜିଲାପାଳ ବ୍ଲକ ସ୍ତରୀୟ ” ମୋ ନିବେଦନ” କାର୍ଯ୍ୟକ୍ରମକୁ ମୋ ଗାଁରେ ତହସିଲ ସହିତ ମିଳିତ ଭାବେ ଅନୁଷ୍ଠିତ କରାଇଥିବାରୁ ପଞ୍ଚାୟତ ସ୍ତରରେ ଏହାର ପ୍ରଭାବ ଅନୁଭୁତ ହେଉଥିବା ଲକ୍ଷ କରାଯାଉଅଛି। ସାନଖେମୁଣ୍ଡି ବ୍ଲକ ଓ ତହସିଲ ଅଞ୍ଚଳରେ ପ୍ରଯ୍ୟାୟକ୍ରମେ ରାଜସ୍ୱ ମଣ୍ଡଳ ସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଶୁକ୍ରବାର ଦିନ ସାହାସପୁର ଠାରେ ଅନୁଷ୍ଠିତ ହୋଇଅଛି। ପାଟପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ପାଟପୁର, ରାଧାଦେଇପୁର, ଚୁଡୁଙ୍ଗପୁର ଏବଂ ସାହସପୁର ପଞ୍ଚାୟତରେ ଗ୍ରାମ ବିଶେଷରୁ ସାଧରଣଙ୍କ ଅଭିଯୋଗ ଗ୍ରହଣ ନେବା ସହ ଜନସାଧାରଣରେ ଏହାର ସଫଳତା ବୃଦ୍ଧି ପାଇବା ଜଣାପଡିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଓ ତହସିଲଦାର ଶ୍ରୀ ଅମିତ କୁମାର ନାୟକଙ୍କ ମିଳିତ ତତ୍ୱାବଧନରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ” ମୋ ନିବେଦନ”କୁ ସର୍ବମୋଟ ୨୮୯ ଜଣଙ୍କ ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥିରୁ ଆବସ ଯୋଜନା-୧୩୩, ସାମାଜିକ ସୁରକ୍ଷା ଭତ୍ତା-୩୮, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କିତ- ୮୮, ମୋ ପାଇଖାନା- ୪ ଏବଂ କାଳିଆ ଯୋଜନା ସମ୍ପର୍କିତ ୨୬ଗୋଟି ଅଭିଯୋଗ ଗୃହୀତ ହୋଇଛି। ଅନ୍ୟପକ୍ଷରେ “ମୋ ଗାଁର ତହସିଲ” କାର୍ଯ୍ୟକ୍ରମ ବାବଦକୁ ୬୦ଗୋଟି ଅଭିଯୋଗ ଗୃହୀତ ହୋଇଥିଲା। ଓଏଲ.ଆର ୮ଏ-୧, ଅନ୍ୟାନ୍ୟ ପ୍ରମାଣପତ୍ର- ୧୦, ସାଧାରଣ ଅଭିଯୋଗ-୧୦, ଗ୍ରାମକଣ୍ଟ ପଟ୍ଟା-୬, ମୁଟେସନ- ୯, ବାବଦକୁ ଅଭିଯୋଗ ଥିଲା। ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ରାଉଳଙ୍କ ମିଳିତ ଉଦ୍ୟମରେ ଅୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ଜନପ୍ରତିନିଧି ଯୋଗଦେଇ ପ୍ରଶାସନକୁ ସହାୟତା କରିଥିଲେ
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO