ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାଜା ଆର୍ତତ୍ରାଣ ହାଇସ୍କୁଲ ପରିସର ମଧ୍ୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଶିଶୁ ଦିବସରେ ବିଦ୍ୟାଳୟର ବରିÂ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଅକ୍ଷୟ ରଥ ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । ପରେ ଶିକ୍ଷକ ଗୌରାଙ୍ଗ କୁମାର ସାହୁ, ଗୌରୀଶଙ୍କର ଦୁବେ, ଅଶୋକ କୁମାର ବେହେରା, ନୀଳିମାରାଣୀ ସାଗର ଓ ସୁର ବିଜୟକାନ୍ତ ତାଣ୍ଡି ପ୍ରମୁଖ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନୀ ଓ ଦର୍ଶନ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁÂିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷକ ବଳଭଦ୍ର ସୁନାନୀ, ପ୍ରଶାନ୍ତ କୁମାର ପଣ୍ଡା, ଶ୍ୟାମ ନାରାୟଣ ମୁଣ୍ଡ ଓ ଶିବ ପ୍ରସାଦ ସାହୁ ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ । ସଙ୍ଗୀତ ପ୍ରତିଯୋଗିତାରେ ଭୁବନ ତାଣ୍ଡି ପ୍ରଥମ, ଝରଣା ଦୀପ ଦ୍ୱିତୀୟ, ଜ୍ୟୋସ୍ନôା ପଟେଲ ତୃତୀୟ ଏବଂ ବକ୍ତୃତା ପ୍ରତିଯୋଗିତାରେ ଲିଲି କୈବର୍ତ ପ୍ରଥମ, ଚନ୍ଦ୍ରକୁମାର ତାଣ୍ଡି ଦ୍ୱିତୀୟ ଓ ତିଳୋତମା ପାଣ୍ଡେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରାରମ୍ଭରେ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସାମିଲ ଥିଲେ । ସେହିପରି ଖଡିଆଳ ତାଲୁକସ୍ତରୀୟ ଆଇନସେବା କମିଟି ତରଫରୁ ସ୍ଥାନୀୟ କସ୍ତୁରବା ବାଳାଶ୍ରମରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରିଚାଳିକା ପ୍ରିୟଦର୍ଶିନୀ ଠାକୁରମ୍ସ୍ାଗତ ଭାଷଣ ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ, ତାଲୁକସେବା କମିଟି ସଦସ୍ୟ ମେଜର ଡଃ ରାମଚନ୍ଦ୍ର ମିଶ୍ର, ଖଡିଆଳ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରଦ୍ଧା ମାଣ୍ଡୋଠିଆ, ଖଡିଆଳ ଓକିଲ ସଂଘ ସଭାପତି ତୁଳାସୀ ତାଣ୍ଡି ପ୍ରମୁଖ ଶିଶୁଙ୍କ ଲକ୍ଷ୍ୟ, ସାଧନା, ଅଧ୍ୟୟନ, ଶିଶୁ ଦିବସର ଉଦେ୍ଧଶ୍ୟ ଓ ତାପôର୍ଯ୍ୟ ଉପରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଳାଶ୍ରମର ବାହଦୁର ମାଝୀ, ଝାନସିରାଣୀ ପଟେଲ, ଜ୍ୟୋସ୍ନôା ଶବର, ତରୁଣୀ ନିଆଲ, ଶରତ ଦୀପ, କୁମୁଦିନୀ ମାଝୀ, ମୀନା ଲୁହାର ପ୍ରମୁଖ ଶିଶୁ ଦିବସ ସମ୍ବନ୍ଧୀୟ ଗୀତ କରିବେଷଣ କରିଥିଲେ । ଶେଷରେ ବାଳାଶ୍ରମର ତତ୍ୱାବଧାରକ ଅର୍ଚ୍ଚନା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଖଡିଆଳ ସ୍ଥିତ ହେଲୋ କିଡ୍ସ ପ୍ଲେୟିଙ୍ଗ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ନେତୃତ୍ୱ ନେଇଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
Related Stories
December 10, 2024