କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମ । ଏହି ଗ୍ରାମକୁ ସଂପୁର୍ଣ୍ଣ ମଦ ମୁକ୍ତ ଗ୍ରାମ କରିବାକୁ ଏକ ଗ୍ରାମ ସଭା ଅନୁÂିତ ହୋଇଥିଲା । କେନ୍ଦୁଆପଡା ଗ୍ରାମଟିରେ ବହୁଳ ମାତ୍ରାରେ ଚୋରା ଦେଶୀ ମଦ କାରବାର ହେଉଥିବାରୁ ଗ୍ରାମଟିର ପରିବେଶ ସଂପୁର୍ଣ୍ଣ ଅଶାନ୍ତ ହୋଇ ପଡିଥିଲା । ଏଭଳି ଅଶାନ୍ତ ବାତାବରଣ ପାଇିଁ ଗ୍ରାମଟି ସମଗ୍ର ଅଞ୍ଝଳରେ ନିନ୍ଦିତ ହୋଇପଡିଥିଲା । ଏବେ ଘରେ ଘରେ କଳି ଝଗଡା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇ ପଡିଥିଲା । ଗ୍ରାମରେ ଏଭଳି ଅବାଧ ବେଆଇନ ମଦ କାରବାରକୁ ନେଇ ଗ୍ରାବାସୀଙ୍କ ପକ୍ଷରୁ ବହୁବାର ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରା ଯାଇ ଆସୁଥିଲେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ଅଦ୍ୟବଧି କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନଥିଲା । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ଶେଷର ଏହି ମଦ କାରବାରକୁ କିପରି ବନ୍ଦ କରାଯିବ ସେ ନେଇ ଗ୍ରାମର ବୟୋଜ୍ୟେÂ ବ୍ୟକ୍ତି ବିଶେଷଙ୍କ ସହ ଶତାଧିକ ମହିଳା ଏକତ୍ରିତ ହୋଇ ଆଜି ସୋମବାର ଦିନ ଏକ ବୈଠକ ଅନୁÂିତ ହୋଇଥିଲା । ଏବଂ ଗ୍ରାମକୁ କିପରି ସମ୍ପୁର୍ଣ୍ଣ ମଦମୁକ୍ତ କରାଯିବ ସେ ସଂପର୍କରେ ବୈଠକରେ ନିଷ୍ପତି ହେବା ପରେ ମହିଳା ମାନେ ଏହାକୁ ନେଇ ବଜ୍ର ଶପଥ ଗ୍ରହଣ କରିଥିଲେ । ଗ୍ରାମର କେହି ଯଦି ଏହାର ଖିଲାପ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗ୍ରାମର ୱାଡ ମେମ୍ବର ଲକ୍ଷ୍ମୀଦେବୀ ମହାନ୍ତ, ମୁଖିଆ ଗୌରାଙ୍ଗ ମହାନ୍ତ, ରବିନ୍ଦ୍ର ମହାନ୍ତ, ନାରାୟଣ ମହାନ୍ତ, ଇନ୍ଦ୍ରମଣି ମହାନ୍ତ, ହଳଧର ମହାନ୍ତ, କାଳିଚରଣ ମହାନ୍ତ, ଗୁଣମଣି ମହାନ୍ତ, ଅଞଳି ମହାନ୍ତ, ମଧୁସ୍ମୀତା ମହାନ୍ତ, ଉର୍ମିଳା ମହାନ୍ତ, କ୍ଷୀରମଣୀ ମହାନ୍ତ, ଛବିରାଣୀ ମହାନ୍ତ, ଗୁଣ୍ଠ ମହାନ୍ତଙ୍କ ସମେତ ଗ୍ରାମର ବହୁ ମହିଳା ଉପସ୍ଥିତ ଥିଲେ ।
Related Stories
September 16, 2024