ଜୟପୁର – ମା ଘର ସମାଜିକ ସଂଗଠନ ତରଫରୁ ଜୟପୁର ସ୍ଥିତ ପଂଚାନନ ମନ୍ଦିର ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କୋରପୁଟ ମା ଘର ଜିଲା ସଭାପତି ପ୍ରଭାତୀ ରାଉତ, ଉପସଭାପତି ଭାରତି ମିଶ୍ର, ସମ୍ପାଦିକା ସୂର୍ଯ୍ୟମିତା ସ୍ୱାଇଁ କୋଷାଧ୍ୟକ୍ଷ ରୀନା ନାୟକ, ଜିଲା ସଂଯୋଜକ ପ୍ରଭାକର ହନ୍ତାଳ, ଉପଦେଷ୍ଟା ଦଶରଥ ମାଳି ଚୟନ କ୍ରମେ ଜୟପୁର ମା ଘର ପାଇଁ ସଭାପତି ବିଷ୍ଣୁପ୍ରିୟା ସାହୁ, ଉପସଭାପତି ଭାବେ ସ୍ମିତା ପାଳ, ସାଧାରଣ ସମ୍ପାଦକ ଭାବେ ଶର୍ମିଷ୍ଠା ଦାସ, ସମ୍ପାଦିକା ଭାବେ ପ୍ରେମଲତା ଖେମୁଣ୍ଡୁ କୋଷାଧ୍ୟକ୍ଷ ଭାବେ ଅହଲ୍ୟା ବିଷୋଇ, ଏ.ଦୁର୍ଗା ପ୍ରସାଦଙ୍କୁ ସଂଯୋଜକ ଏବଂ ବରିଷ୍ଠ ଆଇନଜୀବି ସଶାନନ୍ଦ ମିଶ୍ରଙ୍କୁ ଆଇନ ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମା ଘର ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆବଗତ କରାଯାଇଥିଲା ।