
ନୂଆପଡ଼ା – ନୂଆପଡା ଜିଲ୍ଲା କୃଷକ ଶକ୍ତି ସଂଗଠନ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଳିତ ମାସ ୧୦ ତାରିଖ ମଧ୍ୟରେ ଧାନ ମଣ୍ଡି ଖୋଳିବାକୁ ଦାବୀ କରିଛନ୍ତି । ଦୀର୍ଘ ୫ ବର୍ଷ ଧରି ମରୁଡି ଏବଂ ଅଦିନିଆ ବର୍ଷା, ଲଘୁଚାପ ଯୋଗୁଁ ଚାଷି ମାନେ ତଳିତଳାନ୍ତ ହୋଇପଡିଥିବା ବେଳେ ଚଳିତ ବର୍ଷ କିଛିକାଂଶରେ ଧାନ ଫସଳ ଭଳ ହୋଇଥିବାରୁ ଚାଷି ମାନେ ଧାନ ଫସଳ ଅମଳ କରିବା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଚଳିତ ମାସ ୧୦ ତାରିଖ ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାସାରା ମଣ୍ଡି ଖୋଳିବାର ବ୍ୟବସ୍ଥା ନକଲେ ଚାଷି ମାନେ ଅଭାବୀ ବିକ୍ରୀର ଶିକାରରେ ପଡି କ୍ଷତିଗ୍ରସ୍ତ ହେବେ ବୋଲି ଜିଲ୍ଲା କୃଷକ ଶକ୍ତି ସଂଗଠନର ଆବାହକ ସଞ୍ଜୟ ତିୱାରୀ ଅଭିଯୋଗ କରିଛନ୍ତି । ଯଦି ଆସନ୍ତା ୧୦ ଦିନ ମଧ୍ୟରେ ମଣ୍ଡି ଖୋଳାନଯାଏ ତେବେ ଚାଷି ମାନେ ସେମାନଙ୍କ ଉପାର୍ଜିତ ଧାନକୁ ଦଲାଲ, ମିଲର୍ସ ମାନଙ୍କୁ କମ ଦରରେ ବିକ୍ରୟ କରି କ୍ଷତିଗ୍ରସ୍ତ ହେବେ । ଫଳରେ ସେମାନେ ଉପଯୁକ୍ତ ଦରରୁ ବଂଚିତ ହେବେ, ଏଣୁ ମଣ୍ଡି ଖୋଳାଯାଇ ଚାଷିଙ୍କୁ ଉପଯୁକ୍ତ ଦର ପ୍ରଦାନରେ ସହାୟକ ହେବାକୁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି ।