ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲାର ବିଶେଶ୍ୱତ ବହନ କରୁଥିବା ସାନଖେମୁଣ୍ଡି ଅଞ୍ଚଳରେ ଆଜି ଏକ ସାମାଜିକ ବଧି ବ୍ୟବସ୍ଥାର କୂପରିମାଣ ଦେଖିବାକୁ ମିଳିଛି। ଏପରିକି ଘଞ୍ଚ, ଦୁର୍ଗମ ପଥ ନହେଲେ ମଧ୍ୟ ରାଜକୀୟ ପୂର୍ତ୍ତ ରାସ୍ତାରେ ମୃତ ଶବକୁ ୫କି.ମି ପର୍ଯ୍ୟନ୍ତ ବୋହିନେବା ପଞ୍ଚତତ୍ତ୍ୱର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିବାରଣୀରୁ ପ୍ରକାଶ ଯେ ଗତ ସୋମବାର ସନ୍ଧ୍ୟାରେ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମର ପଞ୍ଚାନନ ନାୟକ (୫୫) ଆଡପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ନିଜ ଗ୍ରାମକୁ ଫେରିଥିବା ବେଳେ ପୁଣି ମଙ୍ଗଳବାର ପଞ୍ଚାଙ୍କୁ ନେଇ ଘରଲୋକ ଆଡ଼ପଡା ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ତେବେ ହସ୍ପିଟାଲକୁ ଆଣିବା ପୂର୍ବରୁ ସେ ମୃତ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ।
ଉକ୍ତ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଅଣାଯାଇଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ମହାପ୍ରଣାୟ ଗାଡି ଉପଲବ୍ଧ ଥିବା ଦର୍ଶାଇ ଥିଲେ ଓ ସେହି ସମୟରେ ଆମ୍ବୁଲାନ୍ସ ମଧ୍ୟ ନଥିଲା। ମୃତକ ଜଣକ ଦଳିତବର୍ଗର ହୋଇଥିବା ଯୋଗୁଁ ମୃତ ଶବକୁ କେହି ଗାଡି ସକାଶେ ଆଣିଲେ ନାହିଁ ବୋଲି ଅଭିଯୋଗ ହୋଇଛି। ଗୁଣସଗାର ଗ୍ରାମର ଦଳିତ ମୃତ ବ୍ୟକ୍ତିଙ୍କୁ ୫କି.ମି ପର୍ଯ୍ୟନ୍ତ କାନ୍ଧରେ ବୋହି ଆଣିବା ଉକ୍ତ ଅଞ୍ଚଳର ରାଜନୈତିକ ଅପାରଗତାକୁ ସୁଚାଉଥିବା ପ୍ରକାଶ ପାଉଛି। ରିପୋର୍ଟ: ପ୍ରଫୁଲ୍ଲ ସାବତ।