
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ଭ୍ୟାନ୍ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବ୍ରହ୍ମପୁର ସିଟି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଆଜି ସକାଳେ ଏକ ଟାଟା ମ୍ୟାଜିକ ଗାଡ଼ି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଞ୍ଚଳର ନୂଆପଡା ମାର୍ଗଦର୍ଶୀ ସ୍କୁଲ ଅଭିମୁଖେ ଯାଉଥିଲା ବେଳେ ଏହି ଅଘଟଣ ଘଟିଛି । ନୂଆପଡ଼ା ରାସ୍ତାରେ ହଠାତ୍ ସ୍କୁଲ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ବନ୍ଧ ଉପରୁ ଖସି ପୋଖରୀ ଭିତରେ ପସିଯବାରୁ ସେଠାରେ ଓଲଟି ପଡିଥିଲା ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଛାତ୍ର ଛାତ୍ରୀଙ୍କ ଉଦ୍ଧାର କରାଯାଇଥିଲା। ଫଳରେ ଅଳ୍ପକେ ଛାତ୍ରଛାତ୍ରୀ ବର୍ତ୍ତିଯାଇଛନ୍ତି ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଭ୍ୟାନରୁ ୨୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଜଣେ ୫ମ ଶ୍ରେଣୀ ଛାତ୍ରୀ ପାଣି ପିଇଯିବା ଫଳରେ ଗୁରୁତର ହୋବାରୁ । ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।