ଭାରତରେ କୋକିଂ କୋଲର ଚାହିଦାକୁ ପୂରଣ କରିବ ଋଷ – ଧର୍ମେନ୍ଦ୍ର ପ୍ରଧାନ
ୠଷ/ନୂଆଦିଲ୍ଲୀ/ଭୁବନେଶ୍ୱର – କୋଇଲା କ୍ଷେତ୍ରରେ ଋଷ ସହ ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲର ସହାୟତା ଯୋଗାଇଦେବା ସହ ଦେଶର ଚାହିଦାକୁ ପୂରଣ କରିପାରିବ ବୋଲି ପାଂଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ବିଭିନ୍ନ ମନ୍ତ୍ରୀଗଣ ଓ ବରିÂ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ।
ଅକ୍ଟୋବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଋଷର ପର୍ବାଂଚଳ ଏବଂ ଆର୍କେଟିକ୍ର ବିକାଶ ପାଇଁ ଦାୟିତ୍ୱ ନେଇଥିବା ଋଷର ପ୍ରଥମ ଉପମନ୍ତ୍ରୀ ସର୍ଗେ ତୃତ୍ସେଭ୍ଙ୍କ ସହ ଭାରତ ଏବଂ ଋଷ ମଧ୍ୟରେ ଉର୍ଜା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବରେ କୋକିଂ କୋଲ୍ ଏବଂ ଅନ୍ୟାନ୍ୟ ଉର୍ଜାର ସ୍ରୋତ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଋଷିଆନ ରେଳର ଉପମୁଖ୍ୟ ବାଦିମ୍ ମିଖାଲୋଭ୍ଙ୍କୁ ଭେଟି ଶ୍ରୀ ପ୍ରଧାନ କୋକିଂ କୋଲର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଋଷିଆନ ରେଳର ଉପମୁଖ୍ୟ ସୂଚନା ଦେଇଥିଲେ ଯେ ଋଷିଆନ ରେଳ ଯାତ୍ରୀଙ୍କ ଭିଡକୁ କମ୍ କରବା ଏବଂ ବନ୍ଦର ଓ ଖଣିଜ କେନ୍ଦ୍ର ସହ ଉତମ ସଂଯୋଗ ସ୍ଥାପନ ପାଇଁ ୨୦୨୦ ସୁଦ୍ଧା ଆବଶ୍ୟକୀୟ ଭିତିଭୂମି ପୂରଣ କରିବ ।
ଭୋଷ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିÂ ଅଧିକାରୀଙ୍କୁ ଭେଟିଥିଲେ । ସାକ୍ଷାତ୍କାଳରେ ଶ୍ରୀ ପ୍ରଧାନ ବନ୍ଦରର ସଂପ୍ରସାରଣ ଏବଂ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା କରିଥିଲେ ।
ସେହିପରି ଶ୍ରୀ ପ୍ରଧାନ ଋଷିଆନ୍ ଷ୍ଟେଟ୍ ଜିଓଗ୍ରାଫିକାଲ୍ କମ୍ପାନୀ(ଆରଓଏସଜିଇଓ)ର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ୍ ଏବଂ ମୂଲ୍ୟବାନ ଧାତୁ ତଥା ଲିଥିୟମ କ୍ଷେତ୍ର ଉପରେ ଆଲୋଚନା କରିଥିଲୋ
ଉଲ୍ଲେଖନୀୟ ଯେ, ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳି ଓ କୋଇଲା କମ୍ପାନୀ ଋଷର ବରିÂ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ ଉପରେ ଆଲୋଚନା କରିଥିଲେ ।