
ପଶ୍ଚିମବଙ୍ଗ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ବୋଲି ରବିବାର ପଶ୍ଚିମବଙ୍ଗର କୋଲକାତା ଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ôଥକ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅତିତରେ ପଶ୍ଚିମବଙ୍ଗ ଲବ୍ଧ ପ୍ରତିଷ୍ଠିତ ଥିଲା ଏବଂ ଦେଶର ଆବଶ୍ୟକତା ସମୟରେ ମାର୍ଗ ଦେଖାଉଥିଲା । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ସଙ୍କୁଚିତ ହୋଇଯାଇଛି । ତେବେ ପଶ୍ଚିମବଙ୍ଗର ଗୌରବ କ୍ଷୁର୍ଣ୍ଣ କରିଥିବା, ଶିଳ୍ପାୟନର ବିକାଶ କରିନଥିବା ଏବଂ ଏଠାରେ ହିଂସା ଘଟାଉଥିବା ଲୋକଙ୍କୁ ପଶ୍ଚିମବଙ୍ଗର ନାଗରିକ ଚଳିତ ନିର୍ବାଚନରେ ଭୋଟ୍ ମାଧ୍ୟମରେ ଜବାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ପଶ୍ଚିମବଙ୍ଗ ନିର୍ବାଚନ କେବଳ ନିର୍ବାଚନ ନୁହେଁ ବରଂ ରାଜ୍ୟରେ ନୂଆ ଯୁଗ ପାଇଁ ଧର୍ମଯୁଦ୍ଧ । କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ କେଉଁଟି ଠିକ୍ ତାହା ସ୍ଥିର କରିବାକୁପଶ୍ଚିମବଙ୍ଗବାସୀଙ୍କ ହାତରେ ଦାୟିତ୍ୱ ନ୍ୟସ୍ତ ରହିଛି । ପଶ୍ଚିମବଙ୍ଗକୁ ସୁନାର ବଙ୍ଗଳା କରିବା ଉପରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ର କଳ୍ପନା ରଖିଥିବା ବେଳେ ପୂର୍ବ ଏବଂ ଉତର ପୂର୍ବାଂଚଳର ବିକାଶ କରିବା ଏହି ମିଶନର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟରେ ପଶ୍ଚିମବଙ୍ଗରେ ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ ମନ୍ତ୍ରରେ ଏମଏସଏମଇ ଶିଳ୍ପର ବୃଦ୍ଧି, ପୁଞ୍ଜିନିବେଶ ପାଇଁ ଏକ ଇକୋସିଷ୍ଟମ ତିଆରି କରିବା, ଭିତିଭୂମି, ନିଯୁକ୍ତି, ସ୍ୱାସ୍ଥ୍ୟ, ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ନେଇ ସେ ଚର୍ଚ୍ଚା କରିଥିଲେ ।
ସୂଚନାଯୋଗ୍ୟ, ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ପାଣିହାଟୀରେ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେଇଥିଲେ । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗବାସୀ ସୁନାର ବଙ୍ଗଳା ତିଆରି କରିବା ପାଇଁ ନିଶ୍ଚୟ ଭୋଟ ଦେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO