ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୧୦,୨୫୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦,୬୫,୨୯୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୮୮୯ଜଣଙ୍କର ମୃତ୍ୟୁ ଘଟିଛି ।
ମଧ୍ୟ ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୫,୯୩୯ ନୂଆ ମାମଲା
ଭୋପାଳ , ମଧ୍ୟ ପ୍ରଦେଶ ଗତ ୨୪ ଘଂଟାରେ ୫,୯୩୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୩୮,୧୪୫ ହୋଇଛି ।ରାଜ୍ୟରେ ବର୍ତମାନ ଯାଏ ୪,୧୮୪ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।