
ଲକ୍ଷ୍ନୌ– ଉତ୍ତର ପ୍ରଦେଶର ଭକ୍ତଙ୍କ ପାଇଁ ହରିଦ୍ବାର ଓ ବଦ୍ରିନାଥରେ ଗେଷ୍ଟହାଉସ ନିର୍ମାଣ କରାଯିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ହରିଦ୍ୱାରର ଅଲଖାନନ୍ଦ ଗେଷ୍ଟ ହାଉସକୁ ନେଇ ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ମଧ୍ୟରେ ବିବାଦ ଶେଷ ହୋଇଛି।
ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାରଙ୍କ ହରିଦ୍ୱାରରେ ନିର୍ମିତ ଅଲଖାନନ୍ଦ ଗେଷ୍ଟ ହାଉସ ଉତ୍ତରାଖଣ୍ଡ ସରକାରଙ୍କୁ ହସ୍ତାନ୍ତର କରାଯିବ। ବର୍ଷ ବର୍ଷ ଧରି ଏହାକୁ ନେଇ ଦୁଇ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେଠାରେ ଉତ୍ତରପ୍ରଦେଶ ସରକାର ଆଉ ଏକ ଗେଷ୍ଟ ହାଉସ୍ ନିର୍ମାଣ କରିବେ। ଏହା ହରିଦ୍ୱାର ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ବହୁତ ଆରାମ ପ୍ରଦାନ କରିବ । ଆଗାମୀ କୁମ୍ଭ ମେଳା ପୂର୍ବରୁ ଏହା ପ୍ରସ୍ତୁତ ହୋଇଯିବ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO