
ନୂଆଦିଲ୍ଲୀ, ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଙ୍ଗଳବାର ସକାଳ ସାଢ଼େ ୬ଟା ପର୍ଯନ୍ତ ୫ କୋଟି ୫୩ ଲକ୍ଷ ୩୧ ହଜାର ୨୫୯ ହୋଇ ସାରିଛି । କରୋନାରେ ବର୍ତମାନ ସୁଦ୍ଧା 13 ଲକ୍ଷ ୩୧ ହଜାର ୬୫୦ ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୮୪ ଲକ୍ଷ ୬୪ ହଜାର ୬୦୦ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୫୫ ଲକ୍ଷ ୩୫ ହଜାର ୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୯ ହଜାର ୭୯୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଆମେରିକାରେ ୧ କୋଟିଏ ୧୫ ଲକ୍ଷ ୩୩ ହଜାର ୨୯୦ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୫୨ ହଜାର ୬୩୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୦ ଲକ୍ଷ ୧୪ ହଜାର ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୬୬ ହଜାର ୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୧ ହଜାର ୨୩୬ ଜଣ ଗୁରୁତର ଅଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO