
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁଠାରେ ଅବସ୍ଥାନ କରିଛନ୍ତି ତାହା ହେଉଛି ପବିତ୍ର ଶ୍ରୀକ୍ଷେତ୍ର ବା ପୁରୀ ଯାହା ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ହିସାବରେ ପରିଚିତ, ଯେଉଁଠାରେ ବାଲି ଗରଡା ପଥର କୁ ଶାଳଗ୍ରାମ ହିସାବରେ ପୂଜା କରାଯାଏ ଓ ଯେଉଁଧାମର ଭୌଗୋଳିକ ଅବସ୍ଥିତ ମଧ୍ୟ ଏକ ଆଶ୍ଚର୍ଯ୍ୟ, ବାର ମାସରେ ତେର ପର୍ବ ଓ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା ଯେଉଁ ଧାମର ପରିଚୟ ବହନ କରେ ଯେଉଁ ଧାମକୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆରମ୍ଭ କରି ମହମ୍ମଦ ଏବଂ ଶ୍ରୀ ଚୈତନ୍ମଙ୍କର ଆଗମନ କେବଳ ନୁହେଁ ପୃଥିବୀର ସମସ୍ତ ଧର୍ମ ର ଗୁରୁ ଯେଉଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଧାମରେ ବର୍ଷ ବର୍ଷ ଧରି ଅବସ୍ଥାନ କରିଥିଲେ ।ମାତ୍ର ଦୁର୍ଭାଗ୍ୟର କଥା ଭାରତୀୟ ଜନତା ପାର୍ଟିର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ବୟାନ ଦେଲେ ସମଗ୍ର ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ତାହା ଆଘାତ ଦେଇଛି ।”ପୁରୀ ସହରର ପରିଚୟ ପୃଥିବୀରେ କେହି ଯାଣିନଥିଲେ ପୁରୀ କହିଲେ କଲିକତା ସହର ମଧ୍ୟରେ ବୋଲି ଦେଶ ବାସି ଯାଣିଥିଲେ କିନ୍ତୁ ଭାରତୀୟ ଜନତା ପାର୍ଟିର ନେତା ସମ୍ବିତ ପାତ୍ର ଏଠାରେ ସାଂସଦ ପ୍ରତିଦ୍ବନ୍ଦୀ ଥିବାରୁ ଦେଶବାସୀ ପୁରୀ ସହର କୁ ଚିହ୍ନିଲେ” ଲେଖାଶ୍ରୀ ସାମନ୍ତସିଂହାର ଙ୍କ ଏପରି ବିବାଦୀୟ ମନ୍ତବ୍ୟ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ଭାରତୀୟ ଯୁବ କଂଗ୍ରେସ ତରଫରୁ ପୁରୀ ଜିଲ୍ଲା ସଭାପତି ପ୍ରେମଜୀତ ମହାନ୍ତି,ସୁଜିତ ମହାପାତ୍ର, ଉମାକାନ୍ତ ବେହେରା,ଅବିନାଶ ମିଶ୍ର, ଚନ୍ଦ୍ରଶେଖର କର,ଏସ. କେ. ଅନୁଲ ହକ,ବିଶ୍ୱନାଥ ଦାଶ, ବିଶ୍ୱରଞ୍ଜନ ମହାପାତ୍ର,ଆଲୋକ କୁମାର ସାହୁ, ସ୍ୱାଧୀନ କୁମାର ପଣ୍ଡା,ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୁରୀ ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏତଲା ଦିଆଯାଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO