
ଗଂଜାମ- ଆଜି ବ୍ରହ୍ମପୁର ଷ୍ଟାଡ଼ିୟମରେ ପ୍ଲାଷ୍ଟିକକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହର ବହୁ ଜନ ସାଧାରଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲୋ ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବି.ଏମ.ସି କମିଶନର ରାଠୋର ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଜନ ସାଧାରଣଙ୍କୁ ସଚେତନତା କରିଥିଲେ ଏବଂ ବୃକ୍ଷରୋପଣ କରିବାକୁ ମଧ୍ୟ ଉତ୍ସାହିତ ପ୍ରଦାନ କରିଥିଲେ । ଏହାକୁ ଉପସ୍ଥିତ ଜନସାଧାରଣ ଶପଥ ରୂପେ ଆଗ୍ରହ ସହକାରେ ଗ୍ରହଣ କରିଥିଲେ ।