
ଦାନ ଉତ୍ସବ- ଭଞ୍ଜନଗର ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଆନୁକୁଲ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ଏଥିନିମିତ୍ତ ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ଆଖୁପଦର, ନୁଆଁପଲ୍ଲୀ,ଗୁଡିପଦର ଓ ସାନକୋଦଣ୍ଡା କ୍ଳଷ୍ଟରର ବାହାଡାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଉତ୍ସବ ପାଳନ ଅବସରରେ ଯଥାକ୍ରମେ ଛାତ୍ର ଛାତ୍ରୀ ମାନଙ୍କୁ ଏପୁଲ, ଟୁଥ୍ ବ୍ରସ୍ ,ପେଷ୍ଟ, ପୁସ୍ତକ ଆଦି ବଣ୍ଟନ କରାଯାଇଛି ାା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ପାଢୀ, ବିଶିଷ୍ଠ ସମାଜସେବୀ ଶୁଳପାଣୀ ଶତପଥୀ,ବରିଷ୍ଠ ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକ, ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା, ଭୁବନେଶ୍ବର ରୁ ଆସିଥିବା ଷ୍ଟୁଡିଓ ରିପୋର୍ଟର ସୁଶ୍ରୀ ପ୍ରିୟଦର୍ଶିନୀ ଓ ଯୁବକ ସଂଘ ସଂଗଠକ ରଞ୍ଜିତ କୁମାର ,କବୟିତ୍ରୀ ରଞ୍ଜୁଲତା ବେହେରା ଓ ରେଣୁପ୍ରଭା ଦାଶ ,ସୁଜାତା ଷଡଙ୍ଗୀଙ୍କ ସମେତ ଅନୁଷ୍ଠାନର ସଂପାଦକ ଶ୍ରୀ ଚିନ୍ମୟ କୁମାର ବେବର୍ତ୍ତା ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଉଦ୍ ବୋଧନ ଦେବା ସହ ଫଳ ବଣ୍ଟନ କରିଥିଲେ ା ଆଖୁପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା,ଶିକ୍ଷକ ବିଶ୍ବଜିତ ସ୍ବାଇଁ ,ବିଦ୍ୟାଳୟ ପକିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ସନ୍ୟାସୀ ପ୍ରଧାନ ତଥା ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତିରେ 61 ଜଣ ଶିକ୍ଷାର୍ଥୀଙ୍କୁ ଏପଲ ବଣ୍ଟନ କରାଯାଇଥିଲା ାପରେ ନୁଆଁପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ନାୟକ, ଶିକ୍ଷକ କାଳୀ ଚରଣ ନାୟକ ,ଭଜରାମ ସେଠୀ ଓ ବିଦ୍ୟାଳୟ ପକିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ସ୍ବାଇଁ ଙ୍କ ଉପସ୍ଥତିରେ 22 ଜଣ ପିଲାଙ୍କୁ ଫଳ ସହିତ ଟୁଥବ୍ରସ ,ପେଷ୍ଟ ଆଦି ବଣ୍ଟନ କରାଯାଇଥିଲା ାପରେ ଗୁଡିପଦର ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ଧାନ ଶିକ୍ଷକ ଶ୍ରୀ ଅଶ୍ବିନୀ କୁମାର ବେହେରା,ଶିକ୍ଷକ ଶ୍ରୀ ରଘୁନାଥ ରାଉତ ଙ୍କ ଉପସ୍ଥିତିରେ 35 ଜଣ ଶିକ୍ଷାର୍ଥୀଙ୍କୁ ଫଳ ବଣ୍ଟନ କରି ଉତ୍ସାହିତ କରାଯାଇଥିଲା ାାଶେଷରେ ବାହାଡାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟେଜିତ ଗାନ୍ଧୀ ଜୟନ୍ତୀ ସଭାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତୀ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ଜେନା ,ବରିଷ୍ଠ ଶିକ୍ଷକ ସନ୍ତୋଷ ଜେନା ତଥା ସମସ୍ତ ଷ୍ଟାଫ୍ ଙ୍କ ଉପସ୍ଥିତିରେ ବାହାଡା ପଦର ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ନିମିତ୍ତ ପୁସ୍ତକ ବଣ୍ଟନ କରାଯାଇଥିଲା ାା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO