ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ, ଭାରତ ସ୍କାଉଟ ଓ ଗାଇଡ୍ ଆନୁକୁଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜର ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମେ ଜଗନ୍ନାଥ ପ୍ରସାଦର ମା କରଞ୍ଜେଇ ପିଠ ଠାରୁ କଲେଜ ପର୍ୟ୍ୟନ୍ତ ଏକ ଗଣ ଦୌଡ ଓ ଫିଟ ଇଣ୍ଡିଆ ପ୍ଲଗ୍ ଇନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଵେଚ୍ଛାସେବୀ ମାନେ ପ୍ଲାକାର୍ଡ, ସ୍ଲୋଗାନ୍, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵଚ୍ଛତା, ପରିମଳ, ପ୍ଲାଷ୍ଟିକ ବର୍ଜନ, ମାନବ ଶୃଙ୍ଖଳ ମାଧ୍ଯମରେ ଜନ ଜାଗରଣ କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର, ବସ୍ ଷ୍ଟାଣ୍ଡ, ବ୍ଲକ କାର୍ଯ୍ୟାଳୟ ଓ ଜଗନ୍ନାଥ ପ୍ରସାଦ ର ବିଭିନ୍ନ ସାହିରେ ସଫା କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରଥମେ ସ୍ଵଚ୍ଛତା ଓ ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ ଉପରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ଓ ଗାନ୍ଧୀ ଭଜନ ବୈଷ୍ଣବ ଜନ କୋ…. ଗାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେଉରିଆ ଯୋଗ ଦେଇ ଗାନ୍ଧୀଙ୍କ ଜୀବନାଦର୍ଶ ଓ ଅଖଣ୍ଡ ଭାରତ ଉପରେ ଆଲୋକ ପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଶାନ୍ତ ରଥ ଗାନ୍ଧୀଙ୍କ ସ୍ଵାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟର ଆଦର୍ଶ ଓ ଚିନ୍ତା ଧାରା ଉପରେ ଆଲୋକ ପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ୟାପକ ଲୋକନାଥ ମହାନ୍ତି, ରୋଭର ଲିଡର ଡଃ ଜୟ ଦେବ ଗୌଡ଼, ଅଧ୍ୟାପକ ଡଃ ଶାନ୍ତନୁ କୁମାର ଦାସ, ଅଧ୍ୟାପକ ଡଃ ଶିରିଷ କୁମାର ଷଡଙ୍ଗୀ ଯୋଗ ଦେଇ ଗାନ୍ଧୀଙ୍କ ଜୀବନୀ, ସ୍ଵଚ୍ଛତା, ଆନ୍ଦୋଳନ ସମ୍ପକର୍କରେ ଅଭି ଭାଷଣ ଦେଇଥିଲେ।ଗାନ୍ଧୀଙ୍କ ଉପଲକ୍ଷେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ହେବା ସହିତ ଚଳିତ ମାସରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସ୍ଲୋଗାନ୍, ସଙ୍ଗୀତ ଓ ଅଭିନୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ପ୍ରସଂଶା ପତ୍ର ପ୍ରଦାନ କରିଥିଲେ। ବିଶେଷ କରି ଗାନ୍ଧୀଙ୍କ ସ୍ଵଚ୍ଛତାକୁ ଅନୁକରଣ କରି ଆମ ମହାବିଦ୍ୟାଳୟର ଛାତ୍ର ମାନେ ପ୍ରତି ରବିବାରେ ୧୨୦ ରୁ ଉର୍ଦ୍ଧ ଗ୍ରାମ ସଫେଇ କରିଥିବା ସହିତ ଲୋକଙ୍କୁ ସଚେତନ କରିଥିବା ଯୋଗୁ ସଭାପତି ସରୋଜ କୁମାର ନାୟକଙ୍କ ସହିତ ସୁରକ୍ଷା ସ୍ଵେଚ୍ଛାସେବୀଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସଂଶା ପତ୍ର, ଟ୍ରଫି ଓ ବୃକ୍ଷ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଛାତ୍ରୀ ସନ୍ତୋଷୀନୀ ଜାନି ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀର କାନ୍ତ ମିଶ୍ର । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ମାତ୍ରାରେ ଅଂଶ ଗ୍ରହଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Related Stories
January 19, 2025
January 19, 2025