
ଭଂଜନଗର – ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଜାତିର ପିତା ଗାନ୍ଧିଜୀଙ୍କ 150 ତମ ଜନ୍ମ ବାର୍ଷିକୀ ମହା ଆଡ଼ମ୍ଭ ରରେ ପାଳିତ ହେଇଯାଇଛି | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡି.ଏଫ. ଓ. ଅଭୟ କୁମାର ଦଳେଇ, ଏ. ସି. ଏଫ ସୁଦର୍ଶନ ବାଦୀ, ଏ. ସି. ଏଫ ଏ. ମାଧବୀଲତା, ଏବଂ ପ୍ରୋବେସନ ଏ. ସି. ଏଫ ନିବେଦିତା ନାୟକ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ସକାଳ ରେ ଉପଜିଲ୍ଲାପାଳ ଏବଂ କର୍ମଚାରୀ ଙ୍କ ସହଯୋଗରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ଵଛ ଭାରତ କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କରାଯାଇଥିଲା | ପରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା | ବୈଠରେ ଅତିଥି ମାନେ ଗାନ୍ଧିଜୀଙ୍କ ଜୀବନୀ ବିଷୟରେ ଆଲୋକପାତ କରିବା ସହ ବାପୁଙ୍କ ବ୍ୟକ୍ତିତ୍ବ ର ପରାକାଷ୍ଠା ଯେପରିକି ସତ୍ୟ, ଅହିଂସା.. ମାନବଧର୍ମ ଇତ୍ୟାଦି ଗୁଣ ଦ୍ୱାରା କିପରି ଦେଶବାସୀଙ୍କୁ ଏକଜୁଟ କରି ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱରଉତ୍ତଳୋନ କରି ଭାରତକୁ ସ୍ଵାଧୀନର ମଜା ଚଖେଇଥିଲେ ତାହା ମତବ୍ୟକ୍ତ କରିଥିଲେ | କିପରି ସମସ୍ତେ ଗାନ୍ଧିଜୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହେଇ ତାକୁ କାର୍ଯ୍ୟରେ ରେ ବିନିଯୋଗ କରିବେ ସେ ବିଷୟରେ ଅତିଥି ମାନେ ବାର୍ତ୍ତା ଦେଇଥିଲେ | ଯଦି ଭାରତକୁ ବିଶ୍ଵଗୁରୁ ଦେଖିବାକୁ ଚାହିଁବା ତେବେ ସେଥିନିମନ୍ତେ ପ୍ରତେକ ଭାରତୀୟଙ୍କ ଅବଦାନ ନିଶ୍ଚିତ ରହିବା ଉଚିତ | ଏହାଛଡା ଆଜିଠାରୁ ପୋଲଥିନ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା , ସ୍ଵଚ୍ଚକାର୍ଯ୍ୟକ୍ରମ ଏବଂ ହେଲମେଟ ପିନ୍ଧିବା ସମ୍ପର୍କରେ ଅବଗତ କରିଥିଲେ | ଏହି ପବିତ୍ର ଦିନରେ ସମସ୍ତେ କିଛି ସଂକଳ୍ପ ନେବା ସହ କିପରି ଭଞ୍ଜନଗର ସହରକୁ ସ୍ଵଚ୍ଚ ରଖିବା ସହ ପଲଥିନ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବ ସେଥିପ୍ରତି ସମସ୍ତେ ସଚେତନ ହେବା ଉଚିତ ବୋଲି ଉପଜିଲ୍ଲାପାଳ କହିଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO