
ବ୍ରହ୍ମପୁର: ଗଜପତି ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ ବୁଧବାର ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବୁଧବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁର ଖବରପାଇ ଗଜପତି ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକରଛାୟା ଖେଳିଯାଇଛି । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କ ପୌରୋହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୃତ ଶ୍ରୀ ନାୟକଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ଗୁଣଗାନ କରାଯାଇଥିଲା । ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ, ସାମ୍ବାଦିକ ମାନଙ୍କ ହିତରେ କାର୍ଯ୍ୟକରି ଆସିବା ସହ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ôଚପାରିବ ସେଥିନିମନ୍ତେ ତାଙ୍କ କାର୍ଯ୍ୟଧାରା ବଜାୟ ରଖିଥିଲେ । ଏହି ଶୋକସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ଶ୍ୟାମଘନ ପାତ୍ର, ରାଜାକ ହୋସେନ୍, ଭାଗ୍ୟଲକ୍ଷ୍ମୀ ପାତ୍ର, କିରଣ କୁମାର ପଲେଇ, ଜଗନ୍ନାଥ ଘଡେଇ, ମମତା ମହାନ୍ତି, ବିଚିତ୍ରା ସେଠୀ, ଜୟନ୍ତୀ ମଲ୍ଲିକ ପ୍ରମୁଖ ଉପସ୍ଥିତରହି ତାଙ୍କର ଆତ୍ମାର ସଦ୍୍ଗତି ନିମନ୍ତେ କାମନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO