
ନୂଆଦିଲ୍ଲୀ– ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିସାରିଛି । ଦିଲ୍ଲୀରେ ଏଯାଏଁ ୨ ହଜାର ୩୬୫ ଜଣଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇସାରିଛି । ଏବେ ମୁମ୍ବାଇକୁ ଅତିକ୍ରମ କରିସାରିଛି ଦିଲ୍ଲୀ । ମୁମ୍ବାଇରେ ମଙ୍ଗଳବାର ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣର ମୋଟ ୬୮ ୪୧୦ ଥିଲା । ବୁଧବାର ଏହା ୭୦ ହଜାର ଅତିକ୍ରମ କରିଥିଲା ।
କରୋନା ସଂକ୍ରମଣ ମାମଲରେ ଦିଲ୍ଲୀ ୮ଟି ଦେଶକୁ ଅତିକ୍ରମ କରିଛି । ଦିଲ୍ଲୀ ସ୍ୱିଡେନ (୬୨ ହଜାର ୩୨୪), ବେଲଜିୟମ (୬୦ ହଜାର ୮୯୮), ବେଲାରୁସ (୫୯ ହଜାର ୯୪୫), ମିସର (୫୮ ହଜାର ୧୪୧), ଇକ୍ୱାଇଡୋର (୫୧ ହଜାର ୬୪୩), ନେଦରଲ୍ୟାଣ୍ଡ (୫୦ ହଜାର ୧୨), ଇଣ୍ଡୋନେସିଆ (୫୯ ହଜାର ୯), ଆର୍ଜେଣ୍ଟିନା (୪୭ ହଜାର ୨୧୬), ୟୁଏଇ (୪୬ ହଜାର ୧୩୩) ଓ ସିଙ୍ଗାପୁର (୪୨ ହଜାର ୬୨୩)କୁ ଅତିକ୍ରମ କରିଛି ।

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO