
ନୂଆଦିଲ୍ଲୀ– ସାରା ବିଶ୍ୱରେ ଏବେ ମହାମାରୀ କରୋନା କାରଣରୁ କ୍ରୀଡା ଜଗତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହା ସହ ଏଥିପାଇଁ ବହୁ କ୍ରୀଡା ପ୍ରତିଯୋଗିତା ମଧ୍ୟ ବାତିଲ କରାଯାଇଛି ।
ସେହିପରି ନଭେମ୍ବର ୧ ତାରିଖରେ ହେବାକୁ ଥିବା ନ୍ୟୁୟର୍କ ସିଟି ମାରାଥନକୁ ମଧ୍ୟ କରୋନା ପାଇଁ ବନ୍ଦ କରାଯାଇଛି । ତେବେ ମହାମାରୀ କରୋନା ଯୋଗୁଁ ଏହା ବନ୍ଦ ହୋଇଛି ବୋଲି ନ୍ୟୁୟର୍କ ସିଟି ମାରାଥନ ପକ୍ଷରୁ ଟ୍ୱିଟର ଯୋଗେ ଜଣାଇ ଦିଆଯାଇଛି । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ, ଦେଖିବାକୁ ଆସୁଥିବା ସମସ୍ତ ଦର୍ଶକ , ଏହି ପ୍ରତିଯୋଗିତା ପାଇଁ କାର୍ଯ୍ୟ କରୁଥିବା ଭଲ୍ୟୁଣ୍ଟର ଆଦି ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ବନ୍ଦ କରାଯାଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO