ବେଲଗୁଣ୍ଠା-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ରମେଶ ରାଉତଙ୍କ ପୁଅ ନାରାୟଣ ରାଉତ(ଚକା) ରାଉତ(୨୬),ସେ ସୁରତରୁ ଗତ ମଈ ମାସ ୨୩ ତାରିଖରେ ଆସି ବେଲଗୁଣ୍ଠାଠାରେ ପହଞ୍ଚିବାପରେ ପ୍ରଶାସନ ତରଫରୁ ଚକାକୁ ବେଣୀପଲୀ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ।୨୬ତାରିଖ ରାତ୍ର ୧୨ ଟାରୁ ୧ ମଧ୍ୟରେ ଚକା ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା ନେଇ ସଙ୍ଗରୋଧ କେନ୍ଦ୍ର ରେ ଥିବା ଅନ୍ୟ ପ୍ରବାସୀ ମାନେ ୨୭।ତାରିଖ ସକାଳେ ବେଣୀପଲୀ ସରପଞ୍ଚ ଜାନକୀ ଦେଇଙ୍କୁ ଅବଗତ କରିଥିଲେ ।ଜାନକୀ ଦେଇ ଏ ନେଇ ଗାଙ୍ଗପୁର ଥାନାରେ ଏକ ନିରୁଦିଷ୍ଟ ରିପୋର୍ଟ ଦେଇଥିଲେ ।ବେଣୀପଲୀ ସରପଞ୍ଚ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଜରିଆରେ କୁମୁଣ୍ଡି ଗ୍ରାମର ଚକାର ପରିବାରକୁ ଏ ନେଇ ଅବଗତ କରାଇଥିଲେ ।ଚକାର ବାପା ରମେଶ ରାଉତ ପ୍ରାୟ ନଅ-ଦଶ ବର୍ଷ ହେବ କେଉଁଆଡେ ଫେରାର୍ ହୋଇଯାଇଥିବାରୁ ଚକାର ମାଆ ତଥା କୁମୁଣ୍ଡି ଆଶା ଦିଦି ଝୁନୁ ରାଉତଙ୍କୁ ଖବର ଦିଆଯାଇଥିଲା ।ଝୁନୁ ଏକ ଗାଡି କରି ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଚକାର କିଛି ସାଙ୍ଗ ଘରକୁ ଯାଇ ତାହାର ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ ଓ ତାହାର ଆସିବା ବାଟକୁ ଅପେକ୍ଷା କରିଥିଲେ ।ଆଜି ସଂଧ୍ୟାରେ ଗୋବରା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାପଦର ହାଇସ୍କୁଲ ଠାରୁ ୫୦୦ମିଟର ପଛ ଦେଇ ଯାଇଥିବା ସରନାଳ ବୁଦାମୁଳେ ଏକ ମଣିଷର ହାଡକଙ୍କାଳ ଖପୁରୀ ପଡିଥିବା ଦେଖି ସ୍ଥାନୀୟ ଲୋକେ ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେରେ ପହଞ୍ଚି ସାଇଣ୍ଟିଫିକ୍ ଟିମକୁ ଘଟଣା ସ୍ଥଳକୁ ଡକାଇ ଥିବା ବେଳେ ପୁର୍ବରୁ ଫେରାର୍ ଥିବା ଚକାର ମା ଝୁନୁ ରାଉତକୁ ଘଟଣା ସ୍ଥଳକୁ ନିଆଯାଇଥିଲା ।କଙ୍କାଳ ନିକଟରେ ପଡିଥିବା ଚିରା ପ୍ୟାଣ୍ଟ ସାର୍ଟ ଓ ଜୋତାକୁ ଦେଖି ଏହା ପୁଅ ଚକାର ବୋଲି ଚିହ୍ନଟ କରିଥିଲେ ।ଶବଟି ପ୍ରାୟ ୨୦ରୁ ୨୨ଦିନ ହେଲା ପଡିଥିବା ବେଳେ ବିଲୁଆ କୁକୁର ତାକୁ ଖାଇଦେଇ ଖାଲି ହାଡକଙ୍କାଳ ପଡିଥିବାରୁ ବ୍ରହ୍ମପୁର ବଡମେଡିକାଲ୍ ଏଫ୍.ଏମ୍.ଟି ବିଭାଗରେ ଡିଏନଏ ପରୀକ୍ଷା କଲେ ଏହା ଚକାର କି ଆଉ କାହାର ଜଣାପଡିବ ।ସରନାଳଟି ବେଣୀପଲୀ ସଙ୍ଗରୋଧ କେନ୍ଦ୍ର ଠାରୁ ମାତ୍ର ଦେଢ଼ କିଲୋମିଟର ହେବ ।ନାଳଟି ମଧ୍ୟ ବେଣୀପଲୀ ଦେଇ ଯାଇଥିବାରୁ ଚକା ହୁଏତ ଚାଲି ଚାଲି ଯାଉଥିବା ବେଳେ କୌଣସି ସ୍ୱାସ୍ଥ୍ୟ ଜନିତ କାରଣରୁ ଟଳିପଡିଲେ ନା ଯୋଜନା ବଦ୍ଧ ହତ୍ୟାକାଣ୍ଡ ଉଚ୍ଚସ୍ତରୀୟ ତଦନ୍ତ କଲେ ଜଣାପଡିବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ।ଗାଙ୍ଗପୁର ଥାନାରେ ବେଣୀପଲୀ ସରପଞ୍ଚ ଜାନକୀ ଦେଇ ଦେଇଥିବା ଏତାଲା କ୍ରମେ ୨୯/୫/୨୦ରେ ୧୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ପୋଲିସ କହିଛି ।ଚକାର ବାପା ବହୁଦିନ ଧରି ନିରୁଦିଷ୍ଟ ଥିବା ବେଳେ ଚକା ଏକମାତ୍ର ଘରର ରୋଜଗାରିଆ ପୁଅ ଥିଲା ।ଚକା ଦୁଇବର୍ଷ ତଳେ ବିବାହ କରିଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO