
ପୁରୀ– ଲଦାଖର ଗାଲୱାନ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ହେବା ଏବଂ ଏଥିରେ ୨୦ ଭାରତୀୟ ଯବାନ ସହିଦ୍ ହେବା ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମାତୃଭୂମିର ସୁରକ୍ଷା ପାଇଁ ନିଜ ପ୍ରାଣବଳି ଦେଇଥିବା ଏହି ଯବାନଙ୍କ ଉଦ୍ଦେଶ୍ୟରେ ସେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁରୀ ସମୁଦ୍ର ବେଳାଭୂମିରେ ତାଙ୍କର ଏହି କଳାକୃତି ପ୍ରତି ଭାରତୀୟଙ୍କ ହୃଦୟକୁ ଆନ୍ଦୋଳିତ କରିବ ନିଶ୍ଚିତ ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି ସହିଦ୍ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ରହିଛନ୍ତି । ସେମାନେ ହେଲେ ୨୮ ବର୍ଷିୟ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ । ଚନ୍ଦ୍ରକାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗ୍ରାମରେ ହୋଇଥିବା ବେଳେ ନନ୍ଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକ୍ ର ଚମ୍ପାରଦା ଗ୍ରାମରେ । ଉଭୟେ ବିହାର-୧୬ ରେଜିମେଂଟରେ କାର୍ଯ୍ୟରତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO