![](https://indokalingtimes.com/wp-content/uploads/2020/06/ikt.jpeg)
କନ୍ଧମାଳ– ଲଦାଖର ଗାଲୱାନ ଘାଟିରେ ଚୀନ୍ ଯବାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗ୍ରାମର ସହିଦ୍ ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ସକାଳେ ଜିଲ୍ଲା ବିଜେପି ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ବାହାରି ମୁଖ୍ୟ ସଡ଼କ ଦେଇ ସହର ପରିକ୍ରମା କରିଥିଲା ।
ଏଥିରେ ଜିଲ୍ଲା ବିଜେପିର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହିଦ୍ ବୀର ଯବାନ ଚନ୍ଦ୍ରକାନ୍ତଙ୍କ ତୈଳଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।